ନୂଆଦିଲ୍ଲୀ ୧୮।୦୬ : ସରକାର ଏବେ ବନ୍ଦେ ଭାରତ ଟ୍ରେନ୍ ଉପରେ ଅଧିକ ଫୋକସ କରୁଛନ୍ତି । ଏହା ଭଲ କଥା । କିନ୍ତୁ ତାମଧ୍ୟରେ ବି ସାଧାରଣ ଲୋକଙ୍କ ଆବଶ୍ୟକତାକୁ ନଜର ରଖିବାକୁ ପଡିବ । ସେମାନଙ୍କ ଆବଶ୍ୟକ ଅନୁସାରେ ଟ୍ରେନ୍ରେ ବ୍ୟବସ୍ଥା କରିବାକୁ ପଡିବ ବୋଲି କହିଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ୍ର ଜନକ ସୁଧାଂଶୁ ମଣି।
ସୁଧାଂଶୁ ମଣି ୨୦୧୬ରୁ ୨୦୧୯ ଯାଏଁ ଭାରତୀୟ ରେଳବାଇର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ ପଛରେ ସୁଶାନ୍ତ ମଣିଙ୍କ ଅବଦାନ ଢେର୍ ରହିଛି । ଯାହାଲାଗି ତାଙ୍କୁ ଫାଦର ଅଫ୍ ବନ୍ଦେ ଭାରତ ବୋଲି ମଧ୍ୟ କୁହାଯାଏ । ଲୋକଙ୍କୁ ଯିବା ଆସିବା ଏବଂ ଭଲ ସେବା ଦେବା ବନ୍ଦେ ଭାରତ ଏକ୍ସପ୍ରେସ୍ର ଲକ୍ଷ୍ୟ ଥିଲା । ହେଲେ ଗତ କିଛି ହେଲା ଯେଉଁ ଲକ୍ଷ୍ୟ ନେଇ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପ୍ରସ୍ତୁତ କରାଯାଇଥିଲା । ତାହା ଠିକ୍ ଭାବେ ହେଉନାହିଁ ବୋଲି କହିଛନ୍ତି ମଣି । ତାଙ୍କ ମତରେ ଦେଶରେ ଅଧିକରୁ ଅଧିକ ବନ୍ଦେ ଭାରତ ଚଲାଇବା ସରକାରଙ୍କ ଲକ୍ଷ୍ୟ । ହେଲେ ଲୋକଙ୍କ ଆବଶ୍ୟକତାକୁ ବି ବୁଝିବା ଦରକାର । ଏପିରିକି ବିରୋଧୀ ଦଳ ନେତାମାନେ ମଧ୍ୟ ବନ୍ଦେ ଭାରତ ଟ୍ରେନ୍କୁ ନେଇ ସମାଲୋଚନା କରିଥିଲେ। କହିଥିଲେ କି, ଏକା କେବଳ ଧନୀ ଶ୍ରେଣୀର ଲୋକଙ୍କ ପାଇଁ, ଗରିବ ଶ୍ରେଣୀର ଲୋକ ଏଥିରେ ଯାତ୍ରା କରିପାରିବେ ନାହିଁ । କିନ୍ତୁ ଏହା ପୁରା ମିଛ । ସବୁ ଶ୍ରେଣୀର ଲୋକଙ୍କୁ ନଜରରେ ରଖି ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ହୋଇଛି ।
ଭାରତୀୟ ରେଳବାଇକୁ ବିଶେଷ ଭାବେ ଧ୍ୟାନ ଦେବା ଦରକାର । ଦେଶରେ ଅଧିକରୁ ଅଧିକ ବନ୍ଦେ ଭାରତ ଟ୍ରେନ୍ ଗଡିବାକୁ ଟାର୍ଗେଟ ରଖିଛି ରେଳବାଇ । ଏହା ଭଲ କଥା । କିନ୍ତୁ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ବି ଧ୍ୟାନ ଦେବା ଦରକାର । କିଛି ପରେ ଏବେ ଭାରତୀୟ ରେଳବାଇ ନିଜର ପୁରୁଣା ଭୁଲ୍ରୁ ଶିକ୍ଷା ପାଇଛି । ଆଉ ନୂଆ ନୂଆ ପ୍ଲାନ୍ ସହିତ ପୁରୁଣା ଭୁଲ୍କୁ ସୁଧାରୁଛି ।ଖାସ୍ କରି ମ୍ୟାନୁଫେକ୍ଚରିଂ ଲେବୁଲ୍ରେ ଏବେ ଏସି କୋଚ ସଂଖ୍ୟା କମିଛି । ଆଉ ନନ୍ ଏସି କୋଚ ସଂଖ୍ୟା ବଢିବାରେ ଲାଗିଛି । ଏହା ଅତ୍ୟନ୍ତ ଭଲ କଥା । ଏହାଦ୍ୱାରା ସାଧାରଣ ଲୋକଙ୍କ ଆବଶ୍ୟକ ପୂରଣ ହେବ ।
ସେହିପରି ଦେଶରେ ଅଧିକରୁ ଅଧିକ ରେଳଓ୍ୱେର ବ୍ୟବହାର ହେବା ଉଚିତ୍ । ଖାସ୍ ଲୋକଙ୍କ ଯାତ୍ରା ଏବଂ ମାଲ୍ ପରିବହନ ଦ୍ୱାରା । କାହିଁକି ନା ରାସ୍ତା ତୁଳନାରେ ଟ୍ରେନ୍ରୁ ଅଧିକ ରାଜସ୍ୱ ମିଳିଥାଏ । ଏବଂ ଏହା ପରିବେଶ୍ ଉପଯୋଗୀ ହୋଇଥାଏ । ରାସ୍ତାରେ ଗାଡି ଚାଲିବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ହେଲେ ଅଧିକରୁ ଅଧିକ ଟ୍ରେନ୍ର ବ୍ୟବହାର ହେଲେ ପ୍ରଦୂଷଣ କମିବ । ଯାହା ଆମ ପରିବେଶ୍ ପାଇଁ ବେଶ୍ ଭଲ ।