ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ ସହ ଦୁର୍ଘଟଣା, ଦ୍ଵିତୀୟ ଦିନ ମଇଁଷି ସହ ଧକ୍କା

7/10/2022 at 7:15 PM

ଅହମ୍ମଦାବାଦ: ଦେଶୀ ବୁଲେଟ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ  ସହିତ ଲଗାତାର ଦ୍ଵିତୀୟ ଦିନ ଦୁର୍ଘଟଣା ଘଟିଛି। ଗୁଜରାଟରେ ଶୁକ୍ରବାର ଲଗାତାର ଦ୍ଵିତୀୟ ଥର ଟ୍ରେନ ସହ ମଇଁଷିଙ୍କ ଧକ୍କା ହୋଇଛି। ଆଉ ଟ୍ରେନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ଘଟିଛି।

ଏହା ପୂର୍ବରୁ ଗୁରୁବାର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳେ ଗୁଜରାଟରେ ମଇଁଷିଙ୍କ ଏକ ଦଳ ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ରେଲଓ୍ଵେ ସୁରକ୍ଷା ବଳ(ଜିଆରପି) ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପଶ୍ଚିମ ରେଲଓ୍ଵେ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମଇଁଷି ଦଳ ସହ ଧକ୍କା ପରେ ଟ୍ରେନର ହୋଇଥିବା କ୍ଷତିର ମରାମତି କରାଯାଇଛି।

ନିକଟରେ ଚଳାଚଳ ଆରମ୍ଭ କରିଛି ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧୀନଗର ବନ୍ଦେ ଭାରତ ଟ୍ରେନ। ଗୁରୁବାର ପ୍ରାୟ ୧୧ଟା ୧୫ରେ ଗାନ୍ଧିନଗର ଅଭିମୁଖେ ଯାତ୍ରା କରୁଥିବା ଅହମ୍ମଦାବାଦ ନିକଟରେ ଅଚାନକ ଟ୍ରାକ ଉପରକୁ ମଇଁଷିଙ୍କ ଏକ ଦଳ ଚାଲିଆସିବାରୁ ଟ୍ରେନ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଚାରୋଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ରେଲଓ୍ଵେର ବରିଷ୍ଠ ମୁଖପାତ୍ର ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି, ଆରପିଏଫ ଏହି ଘଟଣାରେ ମଇଁଷିଙ୍କ ଅଜ୍ଞାତ ମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

   Related Posts