ଦୋକାନ ଗୋଦାମ ଘରେ ନିଆଁ : ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଭ୍ୟାନ୍

Published By : Prameya-News7 Bureau | August 27, 2022 IST

କରଞ୍ଜିଆ, ୨୭|୦୮: ସର୍ଟସର୍କିଟ ଯୋଗୁଁ ଦୋକାନର ଗୋଦାମ ଘରେ ଲାଗିଲା ନିଆଁ । ଗୋଟିଏ ମାରୁତି ଭ୍ୟାନ ସହ ଜଳିଗଲା ଲକ୍ଷାଧିକ ଟଙ୍କାର ଦୋକାନ ସାମଗ୍ରୀ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଜାମୁକେଶ୍ୱର ଠାରେ ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ରତିକାନ୍ତ ବାରିକ ତାଙ୍କ ଦୋକାନକୁ ବନ୍ଦ କରି ଘରକୁ ଯାଇଥିଲେ । ଏହି ସମୟରେ ସର୍ଟ ସର୍କିଟ ଯୋଗୁଁ ଦୋକାନର ଗୋଦାମ ଘରେ ନିଆଁ ଲାଗି ଯାଇଥିଲା । ଗୋଦାମ ଘରୁ ଧୂଆଁ ବାହାରୁଥିବା ଦେଖି ନିକଟସ୍ଥ ଲୋକେ ତାଙ୍କୁ ତୁରନ୍ତ ଖବର ଦେଇଥିଲେ । ସେ ଆସି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ  ପହଁଚି ନିଆଁକୁ ଆୟତ୍ତ କରିଥିଲେ ବି ଘର ଭିତରେ ଥିବା ଦୋକାନ ସାମଗ୍ରୀ ଓ ଏକ ମାରୁତି ଭ୍ୟାନ ସମ୍ପୂର୍ଣ୍ଣ ଜଳିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.