ପ୍ରମୁଖ ୧୦ କମ୍ପାନୀ ମଧ୍ୟରୁ ୩ଟିର ଭାଲ୍ୟୁ ୧.୦୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି: HDFC ଓ ICICIର ଜବରଦସ୍ତ ଲାଭ, ରିଲାଏନ୍ସ ସହିଲା କ୍ଷତି

Published By : Prameya-News7 Bureau | June 23, 2024 IST

indiatoday

ନୂଆଦିଲ୍ଲୀ: ଗତ କାରବାର ସପ୍ତାହରେ ମାର୍କେଟ କ୍ୟାପିଟାଲାଇଜେସନ ଦୃଷ୍ଟିରୁ ଦେଶର ଶ୍ରେଷ୍ଠ ୧୦ଟି କମ୍ପାନୀ ମଧ୍ୟରୁ ୩ଟିର ମୋଟ ମାର୍କେଟ୍ କ୍ୟାପ୍ ୧,୦୬,୧୨୫.୯୮ କୋଟି (୧.୦୬ ଲକ୍ଷ କୋଟି) ବୃଦ୍ଧି ପାଇଛି। ବିଶେଷ କରି ବ୍ୟାଙ୍କିଙ୍ଗ ସେକ୍ଟର ଭଲ ପ୍ରଦର୍ଶନ କରିଛି।  

ଗତସପ୍ତାହରେ HDFC ବ୍ୟାଙ୍କ ମାର୍କେଟ୍‌ର ସର୍ବାଧିକ ଲାଭକାରୀ କମ୍ପାନୀ ହୋଇଥିଲା। ଏଚଡିଏଫ୍‌ସରି ଭାଲ୍ୟୁଏସନରେ ୦ ୫୨,୦୯୨ କୋଟି ଲାଭ ହେବା ଫଳର ବର୍ତ୍ତମାନ ଏଚଡିଏଫସିର ମାର୍କେଟ କ୍ୟାପ୍ ୧୨.୬୭ ଲକ୍ଷ କୋଟିରେ ପହଞ୍ଚିଛି। ଏହା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କର ୩୬,୧୧୯ କୋଟି ବଢ଼ି ମୋଟ ମାର୍କେଟ୍ କ୍ୟାପ୍‌ ୮.୧୪ ଲକ୍ଷ କୋଟି ହୋଇଥିବା ବେଳେ ଇନଫୋସିସର ୧୭,୯୧୫ କୋଟିରୁ ୬.୩୬ ଲକ୍ଷ କୋଟି ଏମ୍‌ସି ହୋଇଛି।

ଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରୁ ୩ଟି ଭଲ ପ୍ରଦର୍ଶନ କରିଥିବା ବେଳେ ୭ ଟି କମ୍ପାନୀର ଏମ୍‌ସି ୧,୦୧,୭୬୯ କୋଟି ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟପ୍ ଲୁଜର ହୋଇଥିଲା ଏହାର ଭାଲ୍ୟୁଏସନରେ ₹ ୩୨,୨୭୧.୩୧ କୋଟି ହ୍ରାସ ପାଇଛି।

ରିଲାଏନ୍ସ ବ୍ୟତୀତ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍), ଭାରତୀ ଏୟାରଟେଲ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ଏଲଆଇସି, ହିନ୍ଦୁସ୍ତାନ ୟୁନିଲିଭର (HUL) ଏବଂ ଆଇଟିସିର ବଜାର ମୂଲ୍ୟ ହ୍ରାସ ପାଇଛି।

ମାର୍କେଟ କ୍ୟାପିଟାଲାଇଜେସନ କ’ଣ?

ମାର୍କେଟ୍ କ୍ୟାପ୍ ହେଉଛି କୈଣସି କମ୍ପାନୀର ଟୋଟାଲ ଆଉଟ୍ ଷ୍ଟାଣ୍ଡିଂ ଶେୟାରକୁ ବୁଝାଇଥାଏ। ଅର୍ଥାତ କମ୍ପାନୀର ସମସ୍ତ ଶେୟାର ହୋଲ୍ଡରଙ୍କ ପାଖରେ ଥିବା ଶେୟାରର ମୂଲ୍ୟ। କମ୍ପାନୀର ଦ୍ୱାରା ଜାରି କରାଯାଇଥିବା ମୋଟ ସେୟାର ନମ୍ବରକୁ ଷ୍ଟକ୍ ମୂଲ୍ୟ ସହ ଗୁଣନ କରି ଏହା ଗଣନା କରାଯାଏ।

ନିବେଶକମାନଙ୍କୁ ସେମାନଙ୍କର ରିକ୍ସ ପ୍ରୋଫାଇଲ୍ ଅନୁଯାୟୀ ଚୟନ କରିବାକୁ ସାହାଯ୍ୟ କରିବାକୁ ମାର୍କେଟର କ୍ୟାପ୍ କମ୍ପାନୀର ଅଂଶଧନକୁ ଶ୍ରେଣୀଭୁକ୍ତ କରିବା ପାଇଁ ବ୍ୟବହୃତ ହୁଏ। ବଡ଼ କ୍ୟାପ୍, ମିଡ୍ କ୍ୟାପ୍ ଏବଂ ଛୋଟ କ୍ୟାପ୍ କମ୍ପାନୀଗୁଡିକ ପରି। 

କମ୍ପାନୀର ସେୟାରଗୁଡିକୁ କ୍ଯାଟେଗୋରାଇଜ୍ କରିବା ପାଇଁ ମାର୍କେଟ୍ କ୍ୟାପ୍ ବ୍ୟବହାର କରାଯାଏ। ଯାହାଦ୍ୱାରା ନିବେଶକମାନେ ସେମାନଙ୍କର ରିକ୍ସ ପ୍ରୋଫାଇଲ୍ ଅନୁଯାୟୀ ସେମାନେ ଲାର୍ଜ କ୍ୟାର୍ ମିଡ୍ କ୍ୟାପ୍ ଓ ସ୍ମଲ କ୍ୟାପ୍ କମ୍ପାନୀର ଶେୟାର ବାଛି ପାରିବେ। ମାର୍କେଟ କ୍ୟାପ୍- (ଆଉଟଷ୍ଟାଣ୍ଡିଂ ଶେୟାର ସଂଖ୍ଯା)x (ଶେୟାର ମୂଲ୍ୟ)।
କିପରି କାମ କରେ ମାର୍କେଟ କ୍ୟାପ୍‌ ? 

ବିଭିନ୍ନ ଫେକ୍ଟର ଦେଖି କୌଣସି କଂପାନିର ସେୟାରଗୁଡିକର ଲାଭ ମିଳିବ କି ନାହିଁ ଏହାର ଆକଳନ କରାଯାଏ। ସେଥିମଧ୍ୟରୁ ମାର୍କେଟ କ୍ୟାପ୍‌ ବି ଏକ ଫେକ୍ଟର ହୋଇଥାଏ। ନିବେଶକମାନେ ମାର୍କେଟ କ୍ୟାପକୁ ଦେଖି କମ୍ପାନୀ କେତେ ବଡ଼ ତାହା ଅନୁମାନ କରିପାରନ୍ତି। 

କମ୍ପାନୀର ମାର୍କେଟ କ୍ୟାପ୍ ଯେତେ ଅଧିକ ହେବ, କମ୍ପାନୀକୁ ସେତେ ଭଲ ବୋଲି ବିବେଚନା କରାଯିବ। ଚାହିଦା ଏବଂ ଯୋଗାଣ ଅନୁଯାୟୀ ଷ୍ଟକ୍ ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ହୁଏ। ତେଣୁ, ମାର୍କେଟ କ୍ୟାପ୍ ହେଉଛି ଏକ କମ୍ପାନୀର ପବ୍ଲିକ ବର୍ସିଭ୍ଡ ଭାଲ୍ୟୁ ବା ଲୋକଧାରଣାରେ ମୂଲ୍ୟବାନ ହୋଇଥାଏ।

ମାର୍କେଟ୍ କ୍ୟାପ୍‌ର ହ୍ରାସ ଓ ବୃଦ୍ଧି କିପରି ହୁଏ?

ମାର୍କେଟ କ୍ୟାପ୍ ଫର୍ମୁଲାରୁ ଏହା ସ୍ପଷ୍ଟ ଯେ କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ମୋଟ ଶେୟାରକୁ ଷ୍ଟକ୍ ମୂଲ୍ୟ ସହ ଗୁଣନ କରି ଏହା ଗଣନା କରାଯାଏ। ତେଣୁ ଯଦି ଶେୟାର ମୂଲ୍ୟ ବଢ଼ିବ ତେବେ ମାର୍କେଟ୍ କ୍ୟାପ୍ ମଧ୍ୟ ବଢ଼ିବ। ଯଦି ଶେୟାର ମୂଲ୍ୟ କମିବ ତେବେ ମାର୍କେଟ କ୍ୟାପ୍ ମଧ୍ୟ ହ୍ରାସ ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.