ଭାରତ ଆସିବେ ଋଷ୍ ରାଷ୍ଟ୍ରପତି ! ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ହୋଇପାରନ୍ତି ସାମିଲ, ଜାଣନ୍ତୁ କ'ଣ ରହିଛି ପ୍ଲାନ୍

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ: ଭାରତ ଆସିବେ ଋଷ୍ ରାଷ୍ଟ୍ରପତି । ୨୦୨୩ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିପାରନ୍ତି ଭ୍ଲାମିଦାର ପୁତିନ । ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀରେ ଅନୁପସ୍ଥିତ ରହିଥିଲେ ପୁତିନ । ତେଣୁ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଉପସ୍ଥିତ ରହିବା ନେଇ ଜଣାପଡ଼ିଛି । ଋଷ୍ ରାଷ୍ଟ୍ରପତି ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜି-୨୦ (ଶେରପା) ସ୍ବତେଲାନା ଲୁକାଶ ସୂଚନା ଦେଇଛନ୍ତି ।

ଲୁକାଶ କହିଛନ୍ତି, ଋଷ୍ ରାଷ୍ଟ୍ରପତି ନିଶ୍ଚିତ ଭାବେ ଭାରତରେ ହେବାକୁ ଥିବା  ଜି-୨୦ ସମ୍ମିଳନୀରେ ଯୋଗ ଦେବେ । ବନ୍ଧୁ ଦେଶରେ ସମ୍ମିଳନୀ ହେଉଥିବାରୁ ଏହାର ସମ୍ଭାବନା ଅଧିକ ରହିଛି । ମିଟିଂକୁ ଆହୁରି ଏକ ବର୍ଷ ରହିଥିବାରୁ ସେ  ଏଥିରେ ବିଶେଷ କିଛି କହିପାରିବେ ନାହିଁ ଲୁକାଶ କହିଛନ୍ତି ।

ଚଳିତ ବର୍ଷ ଡିସେମ୍ବର ୧ତାରିଖରୁ ଇଣ୍ଡୋନେସିଆରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ଭାରତ ନେତୃତ୍ବ ନେଇଛି । ଆସନ୍ତା ବର୍ଷ ଭାରତରେ ଡିସେମ୍ବର ୯ତାରିଖରୁ ୧୦ ପର୍ଯ୍ୟନ୍ତ ଚାଲିବ ସମ୍ମିଳନୀ । ଏଥିରେ ବିଶ୍ବର ୨୦ଟି ଦେଶ ସାମିଲ ହେବେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.