ଆକାଶରେ ଦମ୍ ଦେଖାଇଲେ ଋଷ୍ ରାଷ୍ଟ୍ରପତି; ଉଡ଼ାଇଲେ Tu-160M ଫାଇଟର ଜେଟ୍

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଶକ୍ତି ପ୍ରଦର୍ଶନ । ଫାଇଟର ଜେଟ୍ ଉଡ଼ାଇଲେ ଭ୍ଲାଦିମୀର୍ ପୁଟିନ । ଅତ୍ୟାଧୁନିକ ମିସାଇଲ୍ ବର୍ଷକ Tu-160M ଯୁଦ୍ଧ ଜାହାଜ ଉଡ଼ାଇ ବିଶ୍ବବାସୀଙ୍କୁ ଚମକାଇ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି । ପରେ ଏହି ଅତ୍ୟାଧୁନିକ ବୋମା ବର୍ଷକକୁ ସବୁଜ ପତାକା ଦେଖାଇ ସେନାରେ ସାମିଲ କରିଛନ୍ତି । ଗୋରାବୁନେବ୍ ଆଭିଏସନ ପ୍ଲାଣ୍ଟରେ ନିରୀକ୍ଷଣ କରିବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଏୟାରକ୍ରାଫ୍ଟ ଉଡ଼ାଇଥିଲେ । ଏହା ସହିତ ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ ଖରାପ୍ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଏହି ଯୁଦ୍ଧ ବିମାନର ପ୍ରଥମ ଡିଜାଇନ୍ ୧୯୭୦ରେ ତୁପୋଲେବ୍ ଡିଜାଇନ୍ ବ୍ୟୁରୋ ତିଆରି କରିଥିଲା । ପୁଟିନ ଯେଉଁ ସ୍ଥାନରୁ ଏହି ବିମାନ ଉଡ଼ାଇଛନ୍ତି ସେହି ସ୍ଥାନକୁ ଗୁପ୍ତ ରଖାଯାଇଛି । ବିମାନ ଉଡ଼ାଉବା ବେଳେ ଭିଡିଓ ମଧ୍ୟ ସେ ଜାରି କରିଛନ୍ତି । ଏହି ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ହୋଇଥିବା ଏୟାରକ୍ରାଫ୍ଟକୁ ଏକ ସ୍ବତନ୍ତ୍ର ଯୁଦ୍ଧାସ୍ତ୍ର । ଏହା ଜଣେ ସାଧାରଣ ମଣିଷ ଦ୍ବାରା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଋଷ୍ ରାଷ୍ଟ୍ରପତି । ଏଥିରେ ମାସାଇଲ୍ ସହିତ ପରମାଣୁ ବମ୍ ଲେସ୍ ହୋଇ ପାରିବ ।

Tu-160M ଯୁଦ୍ଧ ଜାହାଜ ମିସାଇଲ୍ କ୍ୟାରିୟର ଅଟେ । ଯାହାକୁ ପୁଟିନ୍ ନ୍ୟୁ ଜେନରେସନର ଟେକ୍ନୋଲୋଜି ବୋଲି କହିଛନ୍ତି । ଏହାକୁ ଋଷ୍ ବାୟୁସେନାରେ ସାମିଲ୍ କରାଯାଇଛି । Tu-160 ତୁଳନାରେ Tu-160Mରେ ୮୦ ପ୍ରତିଶତ ଟେକ୍ନୋଲୋଜିରେ ପରିବର୍ତ୍ତନ କରାଯାଇଛି । ଏହାର ନାମ ମିନିଟାଇମର ଶାଈମିବ୍ ରଖାଯାଇଛି । ପୂରା ଅସ୍ତ୍ରଶସ୍ତ୍ର ସହିତ ଏହାର ଓଜନ  ୩.୭୫ ଲକ୍ଷ କିଲୋଗ୍ରାମ୍ । ଘଣ୍ଟା ପ୍ରତି ୨୨ଶହ କି.ମି. ବେଗରେ ଏହି ଯୁଦ୍ଧ ଜାହାଜ ଉଡ଼ିପାରିବ । ଏହାର ବେଗ କୌଣସି ମିସାଇଲ୍ ଲେସ୍ ଏୟାରକ୍ରାଫ୍ଟ ଠାରୁ ଅଧିକ । ଏହାର ଥରକେ ୧୨2,୩୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ । ୫୨ହଜାର ଫୁଟ୍ ଉପରେ ଉଡ଼ିପାରିବାର ଏହାର କ୍ଷମତା ରହିଛି । ୪୫ ହଜାର କିଲୋଗ୍ରାମ୍ ଓଜନର ଅସ୍ତ୍ରଶସ୍ତ୍ର ଧରି ଉଡ଼ାଣ ଭରି ପାରିବ ଏହି ଯୁଦ୍ଧ ଜାହାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.