scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆସୁଛି ବାୟୋପିକ୍‌ : ସିନେମାର ନାଁ ‘ଅଟଲ’

28/06/2022 at 8:45 PM

ମୁମ୍ୱାଇ ୨୮/୦୬ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରି ବାଜପେୟିଙ୍କ ଜନ୍ମ ଶତବାର୍ଷିକି ତାଙ୍କ ଜୀବନି ଉପରେ ତିଆରି ହୋଇଥିବା ଏକ ହିନ୍ଦି ଚଳଚ୍ଚିତ୍ରରୁ ଆରମ୍ଭ ହେବାକୁ ଯାଉଛି। ୧୯୨୪  ମସିହା ଡିସେମ୍ୱର ୨୫ ରେ ଗୁଆଲିଅରରେ ଜନ୍ମ ହୋଇଥିବା ଅଟଳ ବିହାରୀ ବାଜପେୟିଙ୍କ ଉପରେ ତିଆରି ହୋଇଥିବା ସିନେମାର ନାଁ ‘ଅଟଲ’ ରହିଛି। ଏହି ସିନେମାକୁ ତିଆରି କରିବା ପାଇଁ ଦୁଇଜଣ ବରିଷ୍ଠ ସିନେ ନିର୍ମାତା ବିନୋଦ ଭାନୁଶାଲୀ ଓ ସନ୍ଦୀପ ସିଂହ ହାତ ମିଳାଇଛନ୍ତି। ସନ୍ଦୀପ ସିଂହ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌ ‘ପିଏମ ନରେନ୍ଦ୍ର ମୋଦୀ’ ସିନେମା ନିର୍ମାଣ କରି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ଅଟଲ’ ସିନେମାର ନିର୍ଦ୍ଦେଶକ ଓ ଅଟଳଙ୍କ ଭୂମିକାରେ କେଉଁ କଳାକାର ଅଭିନୟ କରିବେ ତାହା ବହୁତ ଶୀଘ୍ର ଘୋଷଣା ହେବ।  

ଫଟୋ ସୌଜନ୍ୟ:~Amarujala

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକି ପ୍ରସ୍ତୁତି ଭାରତୀୟ ଜନତା ପାର୍ଟି ଆରମ୍ଭ କରିଦେଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ଆଜୀବନ ଅବିବାହିତ ଥିବା ଅଟଳ ବିହାରୀ ବାଜପେୟୀ କ୍ଷମତାକୁ ଆସିବା ପୂର୍ବରୁ ବିରୋଧି ଦଳ ନେତା ଭାବେ ଖୁବ୍‌ ସମ୍ମାନ ପାଇଛନ୍ତି। ସେ ପ୍ରଥମ ଥ଼ର ପାଇଁ ଜାତି ସଂଘରେ ହିନ୍ଦିରେ ଭାଷଣ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।

ଫଟୋ ସୌଜନ୍ୟ:~Amarujala

ମୂଳ ରୂପରେ ଆଗରା ପାଖ ବଟେଶ୍ୱରରେ ବାଜପେୟି ପରିବାରର ଶ୍ୟାମଲାଲ ବାଜପେୟି ଗୁଆଲିଅର ପାଖ ମୁରୈନାକୁ ନିଜର କର୍ମଭୂମି କରିଥିଲେ। ତାଙ୍କ ପୁଅ କୃଷ୍ଣ ବିହାରୀ ବାଜପେୟୀ ଅଧ୍ୟାପନା କରୁଥିଲେ। କୃଷ୍ଣ ବିହାରୀ ଓ କୃଷ୍ଣା ଦେବୀଙ୍କ ପୁଅ ଅଟଳ ବିହାରୀ ବାଜପେୟି ଗୁଆଲିଅରରେ ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ସେ କାନପୁର ଡିଏଭି କଲେଜ୍‌ରେ ପଢ଼ିଥିଲେ। ଅଟଳ ବିହାରୀ ବାଜପେୟୀ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ।        

   Related Posts