ଆଜି ଭୁବନେଶ୍ୱରରେ ବାଜପେୟୀଙ୍କ ସ୍ମୃତି ସଭା

Published By : Prameya-News7 Bureau | August 23, 2018 IST

ଭୁବନେଶ୍ୱର ୨୪/୮ : ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ | ଆଜି ସନ୍ଧ୍ୟା ୫ଟା ରେ ପ୍ରଦର୍ଶନୀ ପଡିଆରେ ଏହି ସର୍ବ ଧର୍ମ ସଭା ଅନୁଷ୍ଠିତ ହେବ | ସମସ୍ତ ଦଳର କର୍ମକର୍ତ୍ତାଙ୍କ ସମେତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସବୁ ଦଳର ନେତାଙ୍କୁ ବିଜେପି ନିମନ୍ତ୍ରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେପି ଉପସଭାପତି ସମୀର ମହାନ୍ତି | ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ନବୀନ ସାଦର ସମ୍ମତି ପ୍ରଦାନ କରିଛନ୍ତି | ବୁଧବାର ଦିଲ୍ଲୀରୁ ବାଜପେୟୀଙ୍କ ଅସ୍ଥି ଓଡିଶା ଅଣାଯାଇଥିଲା | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା | ଗୁରୁବାର ବିରାଟ ଶୋଭାଯାତ୍ରାରେ ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.