Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବିବାହିତ ପଡୋଶୀଙ୍କ ସହ ବୈଶାଳୀଙ୍କର ଥିଲା ଲଭ୍‌ ରିଲେସନ୍‌ ! କରାଇ ଦେଉନଥିଲା ବିବାହ

17/10/2022 at 1:49 PM

ମୁମ୍ଵାଇ ୧୭।୧୦: ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଖବର ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । ଯାହା ସମସ୍ତଙ୍କୁ ଏକ ବଡ଼ ଝଟକା ଲାଗିଛି। ଜଣେ ୩୦ ବର୍ଷ ଅଭିନେତ୍ରୀ, ଯିଏକି ଅଧିକ ଶୀର୍ଷକୁ ଯିବାକୁ ଚାହୁଁଥିଲେ, ଏବେ ସେ ଆଉ ନାହାନ୍ତି। ଆତ୍ମହତ୍ୟା ନୋଟର ରହସ୍ୟ ଏବେ ସାମ୍ନାକୁ ଆସିଛି। ସେଥିରେ ସେ କହିଛନ୍ତି କି ରାହୁଲ ନାବଲାନି ତାଙ୍କୁ ହଇରାଣ କରୁଥିଲେ। ରାହୁଲ ବୈଶାଳୀଙ୍କ ପଡ଼ୋଶୀ ଥିଲେ। ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପୋଲିସ୍‌ ଏକ ମାମଲା ରୁଜୁ କରିଛି। ଏହା ସହ ରାହୁଲ ଏବଂ ବୈଶାଳୀଙ୍କ ସମ୍ପର୍କକୁ ନେଇ ନୂଆ ଖୁଲାସା ହୋଇଛି।

ରାହୁଲ ବୈଶାଳୀଙ୍କୁ କାହିଁକି ହଇରାଣ କରୁଥିଲେ?

ତେଜା ନଗର ପୋଲିସ ଅନୁଯାୟୀ ରାହୁଲ ଏବେ ପୋଲିସର ହେପାଜତରୁ ଫେରାର ଅଛନ୍ତି । ତାଙ୍କର ସନ୍ଧାନ ଜାରି ରହିଛି । ରାହୁଲ ଏବଂ ବୈଶାଳୀଙ୍କ ଆଫେୟାର ଥିଲା । ରାହୁଲ ଅଭିନେତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ଦେଉନଥିଲେ। ଏ ବିଷୟରେ ବୈଶାଳୀଙ୍କ ପୁରା ପରିବାର ଜାଣିଥିଲେ। ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ରାହୁଲ ବୈଶାଳୀଙ୍କ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରୁଥିଲେ। ଅଭିନେତ୍ରୀଙ୍କ ଭାବୀ ସ୍ୱାମୀଙ୍କୁ ତାଙ୍କର ଏବଂ ବୈଷାଳୀଙ୍କ ସମ୍ପର୍କ ବିଷୟରେ କହୁଥିଲେ। ଏହା ପୂର୍ବୁରୁ ମଧ୍ୟ ରାହୁଲ୍‌ ତାଙ୍କ ବିବାହ ଭାଙ୍ଗିଥିଲା । ଏହା ସବୁ ଦେଖି ବୈଶାଳୀ  ଆଉ ସହି ପାରି ନଥିଲେ। ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ନେଇ ତାଙ୍କ ଜୀବନ ଶେଷ କରିଥିଲେ।

ଆତ୍ମହତ୍ୟା ନୋଟରେ ବୈଶାଳୀ କ’ଣ ଲେଖିଥିଲେ?

ଆତ୍ମହତ୍ୟା ନୋଟରେ ରାହୁଲଙ୍କ ପାଇଁ ଦଣ୍ଡ ଦାବି କରିଛନ୍ତି। ପିତାମାତା ଏବଂ ଭବିଷ୍ୟତର ସ୍ୱାମୀ ମିତେଶଙ୍କୁ କ୍ଷମା ମାଗିଛନ୍ତି। ଏହା ସହ ନୋଟରେ ଲେଖା ହୋଇଛି –I Quit ମାଆ । ଲଭ ୟୁ ମାଆ ପାପା । ମୁଁ ଦୁଃଖିତ, ଭଲ ଝିଅ ହୋଇପାରିଲି ନାହିଁ । ଦୟାକରି ରାହୁଲ ଏବଂ ତାଙ୍କ ପରିବାରକୁ ଦଣ୍ଡ ଦିଅନ୍ତୁ। ମାନସିକ ସ୍ତରରେ ରାହୁଲ ଏବଂ ଦିଶା ମୋତେ ୨.୫ ବର୍ଷ ଟର୍ଚ୍ଚର କରିଛନ୍ତି। ଯଦି ନହେବ ତାହାଲେ ମୋ ଆତ୍ମା ​​ଶାନ୍ତି ପାଇବ ନାହିଁ। ତମକୁ ମୋ ରାଣ। ଖୁସିରେ ରହିବ। ମିତେଶଙ୍କୁ କହିବା ମୋତେ କ୍ଷମା କରି ଦେବ।

ବର୍ତ୍ତମାନ ବୈଶାଳୀଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। ଆଶା କରୁଛି ଖୁବ୍ ଶୀଘ୍ର ରାହୁଲ ପୋଲିସର ହେପାଜତରେ ଆସିବେ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।

   Related Posts