ବୈଭବୀଙ୍କୁ ମନେ ପକାଇ ସେୟାର କଲେ ଇମୋସନାଲ ପୋଷ୍ଟ, ଲେଖିଲେ-ମୋ ହୃଦୟରେ ସବୁଦିନ ପାଇଁ ରହିବ…
28/05/2023 at 2:40 PM

ମୁମ୍ଵାଇ ୨୮।୦୫: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ। ସୋମବାର, ଅର୍ଥାତ୍ ୨୨ ମେ’ରେ ଏକ କାର ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଦୁଇ ଦିନ ପରେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଇଣ୍ଡଷ୍ଟ୍ରି ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବୁଧବାର ସକାଳେ ଅଭିନେତା ତଥା ନିର୍ମାତା ଜେଡି ମାଜେଠିଆ ସୋସିଆଲ ମିଡିଆରେ ଏହି ଖବର ସେୟାର କରିଥିଲେ। ବର୍ତ୍ତମାନ ଅଭିନେତ୍ରୀଙ୍କ ଭାବୀ ସ୍ଵାମୀ ଜୟ ସୁରେଶ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଛନ୍ତି।
ଏହି ସମୟରେ ଅଭିନେତ୍ରୀଙ୍କ ଭାବୀଦ୍ଵାମୀ ଜୟ ସୁରେଶ ଗାନ୍ଧୀ ମଧ୍ୟ ତାଙ୍କ ସହ କାରରେ ଯାତ୍ରା କରୁଥିଲେ। ହେଲେ ତାଙ୍କ ଜୀବନ ରକ୍ଷା ପାଇ ଯାଇଥିଲା ।ସେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ରୋମାଣ୍ଟିକ ଷ୍ଟାଇଲରେ ନଜର ଆସିଛନ୍ତି। ଏବଂ କ୍ୟାପସନ୍ରେ ଲେଖିଛନ୍ତି “ମୁଁ ପ୍ରତିଦିନର ପ୍ରତ୍ୟେକ ମିନିଟରେ ତୁମକୁ ମନେ ପକାଉଛି। ତୁମେ ଏହିପରି ଯାଇପାରିବ ନାହିଁ, ମୁଁ ତୁମକୁ ମୋ ହୃଦୟରେ ସବୁଦିନ ପାଇଁ ସୁରକ୍ଷିତ ରଖିବି। ତୁମେ ବହୁତ ଶୀଘ୍ର ଚାଲିଯାଇଛ। RIP Meri Gundi… ଆଇ ଲଭ ୟୁ…।

ନିକଟରେ ଜୟ ଏକ ସାକ୍ଷାତକାରରେ କହିଥିଲେ, ‘ସବୁବେଳେ ଏହା ହିଁ ହୁଏ କଣ ନା ଆପଣ ସଡ଼କ ଯାତ୍ରା ସମୟରେ ଦ୍ରୁତ ଗତିରେ ଯାଉଛନ୍ତି, କିନ୍ତୁ ତାହା ହୋଇ ନଥିଲା। ଆମ କାର ଅଟକି ରହିଥିଲା । ଟ୍ରକଟି ଯିବା ପାଇଁ ଅପେକ୍ଷା କରିଥିଲୁ। ମୁଁ ଅଧିକ କଥାବାର୍ତ୍ତା କରିବାକୁ ସ୍ଥିତିରେ ନାହିଁ, କିନ୍ତୁ ମୁଁ କହିବାକୁ ଚାହୁଁଛି କି ଯେ ଲୋକମାନେ ଭୁଲ ବୁଝିଛନ୍ତି କି ଯେ ଆମେ ସିଟ୍ ବେଲ୍ଟ ପିନ୍ଧି ନଥିଲୁ କିମ୍ବା ହାଇସ୍ପିଡ୍ରେ ଗାଡି ଚଳାଉଛୁ। ଯାହା ପୁରାପୁରି ଭୁଲ୍… । କହିବାକୁ ଗଲେ ବୈଭବୀ ଉପାଧ୍ୟାୟ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଟିଭି ସୋ ‘ସିଆଇଡି’, ‘ଅଦାଲତ’ ‘କୟା କସୁର ହୈ ଅମାଲା କା’ ଭଳି ଅନେକ ଶୋ’ରେ କାମ କରିଥିଲେ। କିନ୍ତୁ ତାଙ୍କୁ ‘ସାର ଭାଇ ଭର୍ସେସ୍ ସାରବାଇ’ ପାଇଁ ପରିଚୟ ମିଳିଥିଲା।