ମୁମ୍ୱାଇ ୦୪/୦୩: ଇଣ୍ଡିଆନ୍ ଆଇଡଲ ୧୪ର ବିଜେତା ବୈଭବ ଗୁପ୍ତା । ଛୋଟିଆ ପରିବାରରୁ ଆସିଥିବା ଏହି ଉଦୀୟମାନ ପ୍ରତିଭା କିନ୍ତୁ ସଫଳତାରେ ଶୀର୍ଷରେ ପହଞ୍ଚିବାକୁ କରିଛନ୍ତି ଅନେକ ସଂଘର୍ଷ । ରବିବାର ଥିଲା ଶୋର ଫାଇନାଲ । ଫାଇନାଲରେ ନା ଆନାଉନ୍ସ ସମୟରେ ଯେଉଁଭଳି ଭାବେ ସୋନୁ ନିଗମ ତାଙ୍କ ହାତ ଉପରକୁ ଉଠାଇଥିଲେ । ସେ ସେହି ମୂହୂର୍ତ୍ତକୁ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ।
ସୋନୁ ନିଗମ ତାଙ୍କୁ ବିଜେତା ବୋଲି ଘୋଷଣା କରିବା ସତ ହୋଇଥିଲେ ବି ତାଙ୍କୁ ସେହି ସମୟରେ ଆଶ୍ଚର୍ଯ୍ୟ ବୋଲି ଲାଗୁଥିଲା । ହେଲେ ଏଠାରେ ପହଞ୍ଚିବାକୁ କରିଥିଲେ ଅନେକ ସଂଘର୍ଷ । ମାଆଙ୍କୁ ହରାଇଥିଲେ, ହେଲେ ତାଙ୍କ କ୍ୟାରିୟରର ଯୁଦ୍ଧରେ ସାରଥୀ ସାଜିଥିଲେ ବାପା । ବିଜେତା ହେବା ପରେ ସେ ବଖାଣିଛନ୍ତି ତାଙ୍କ ସଂଘର୍ଷର କାହାଣୀ ।
ପିଲାଟିବେଳେ ମାଆଙ୍କୁ ହରାଇଥିଲେ ବୈଭବ । ଆଉ ତାଙ୍କୁ ଛୋଟରୁ ବଡ କରିବାରେ ଥିଲା ବାପାଙ୍କର ବହୁତ ବଡ ଅବଦାନ । ଇଣ୍ଡିଆନ ଆଇଡଲ ଭଳି ମଞ୍ଚରେ ପହଂଚିବାରେ ତାଙ୍କ ବାପାଙ୍କର ଭରପୁର ସମର୍ଥନ ରହିଛି ବୋଲି କହିଛନ୍ତି ବୈଭବ । ଶୋ ଆରମ୍ଭ ହେବା ପୂର୍ବରୁ ସେ ଆଖି ବୁଜି ତାଙ୍କ ପରିବାରକୁ ମନେ ପକାଉଥିଲେ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥିଲେ । ସେ ଚିନ୍ତା କରୁଥିଲେ ଯେ, କିଭଳି ଭଲ ପ୍ରଦର୍ଶନ ହୋଇପାରିବ ତାହା ତାଙ୍କ ଉପରେ ନିର୍ଭର କରେ । ଆଉ ବାକି ସବୁ ତାଙ୍କ ହାତରେ ନାହିଁ ।
ହଠାତ ଶୋ ଦିନ ସୋନୁ ନିଗମ ତାଙ୍କୁ ବିଜେତା ବୋଲି ଘୋଷଣା କରିଥିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଂଚ ନିକଟରେ ତାଙ୍କ ବାପା ମଧ୍ୟ ବସିଥିଲେ । ଆଉ ସେ ବିଜେତା ହୋଇଥିବା ଜାଣିବା ପରେ ଆତ୍ମହରା ହୋଇ କାନ୍ଦି ପକାଉଥିଲେ । ବୈଭବ କହିଛନ୍ତି, ସେ ଏହି ଶୋ’ର ବିଜେତା ହେବାକୁ ଚାହୁଁଥିଲେ । କାରଣ ଏହି ସଫଳତା ତାଙ୍କ ବାପାଙ୍କୁ ଦେବାକୁ ଚାହୁଁଥିଲେ । ସେ କେବଳ ତାଙ୍କ ବାପା ନୁହନ୍ତି ବରଂ ମା ଓ ଜଣେ ଭଲ ସାଙ୍ଗ ବୋଲି କହିଛନ୍ତି ।
you can also read...
wp:embed {"url":"https://www.prameyanews7.com/shah-rukh-khan-dances-with-wife-gauri-khan-on-main-yahaan-hoon-song/","type":"wp-embed","providerNameSlug":"prameya-news-7"} /wp:embed