ଛୋଟ ପରଦାର ଏହି ଅଭିନେତ୍ରୀ ନିଜ ସ୍ୱାମୀଙ୍କୁ ଧୋକା ଦେଇ ଡେଟ କରୁଛନ୍ତି ଆଉ ଜଣେ ଅଭିନେତାଙ୍କୁ
16/01/2019 at 2:50 PM

ମୁମ୍ବାଇ୧୬|୧: ପ୍ରେମ ଆଜିକାଲିର ଯୁବ ପିଢି ପାଇଁ ଏକ ସାଧାରଣ କଥା। ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରତିଦିନ ବିଭିନ୍ନ ଯୋଡିଙ୍କ ବିଷୟରେ କିଛି ନା କିଛି ନୂଆ ଶୁଣିବାକୁ ମିଳିଥାଏ। ପ୍ରେମ କିମ୍ୱା ପ୍ରତାରଣାର ଚର୍ଚ୍ଚା ସବୁବେଳେ ହେଉଥାଏ ଗ୍ଲେମର ଇଣ୍ଡଷ୍ଟ୍ରିରେ। ଲୋକପ୍ରିୟ ୱାହବିଜ ଦୋରାବାଜିଙ୍କ ଲଭ ଲାଇଫ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଚକ୍କର ଖାଇଯିବ। ଦୋରାବାଜି ଛୋଟ ପରାଦାର ଖୁବ ଜଣା ଶୁଣା ଅଭିନେତ୍ରୀ। ଆଜିକାଲି ୱାହବିଜ ଟେଲିଭିଜନରେ ବେଶି ନଜର ଆସୁନାହାନ୍ତି। ଅନେକ ହିଟ ଧାରାବାହିକରେ ସେ ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚିତା । ଷ୍ଟାର ୱାନରେ ପ୍ରସାରିତ ହେଉଥିବା ପ୍ୟାର କି ଏକ କାହାନୀ ଧାରାବାହିକ ହିଟ ହୋଇଥିଲା ଏବଂ ୱାହବିଜ ଏହି ସୋରୁ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ପାର୍ଶ୍ୱ ଅଭିନେତ୍ରୀ ହେବା ସତ୍ୱେ ସେ ତାଙ୍କ ଅଭିନୟ ପାଇଁ ପ୍ରତିଷ୍ଠା ଲାଭ କରିଥିଲେ।

ଏହି ଧାରାବାହିକରେ ତାଙ୍କ ସହ ଭିଭିୟାନ ଡିସେନା ମଧ୍ୟ ଥିଲେ। ଭିଭିୟାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଭିଭିୟାନଙ୍କୁ ସେହି ସମୟରେ ହେଣ୍ଡସମ ମ୍ୟାନର ଟାଇଟେଲ ମିଳିଥିଲା। ଶୁଟିଂ ସମୟରେ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା। ୨ ବର୍ଷ ଡେଟିଂ ପରେ ୨୦୧୩ ମସିହାରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ପରେ, ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଭିଭିୟାନ ଓ ୱାହବିଜଙ୍କୁ ଦୁନିଆର “ବେଷ୍ଟ ଯୋଡି” କୁହାଯାଉଥିଲା । କିନ୍ତୁ କିଛି କାରଣ ଯୋଗୁଁ ଭିଭିୟାନ ଓ ୱାହବିଜଙ୍କର ଛାଡପତ୍ର ହୋଇଥିଲା। ଅଲଗା ହେବା ପରେ ଦୁହେଁ ପରସ୍ସରଙ୍କ ଚେହେରା ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ।
