scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖାଉଟିଙ୍କୁ କନ୍ଦାଉଛି ପନିପରିବା ଦର , ୫୦୦ ଟଙ୍କାରେ ବି ଫୁଲ ହେଉନି ବ୍ୟାଗ୍

8/07/2023 at 10:36 AM

Vegetable

ଭୁବନେଶ୍ୱର ୦୮/୦୭: ଲୋକଙ୍କୁ ପିଆଜ କନ୍ଦେଇବା ଆମ ଶୁଣିଛୁ, ହେଲେ ବଜାରକୁ ଗଲେ କଞ୍ଚା ପରିବା ଦର ବର୍ତ୍ତମାନ ଲୋକଙ୍କୁ କନ୍ଦଉଛି । ବିଶେଷ କରି ନିରାମିଷ ଲୋକଙ୍କ ପାଇଁ କଞ୍ଚା ପରିବା ଦର ଅଧିକ ଚିନ୍ତା ବଢ଼ାଇଛି । ପାଣି ପରିବା ହେଉ ବା ବାହାର ପରିବା ସବୁ ଦାମ ଆକାଶ ଛୁଆଁ ।

ନିଳାଦ୍ରୀବିହାର ହାଟରେ ଆଜି ଟମାଟୋ ଦର ୧୨୦ ଟଙ୍କା ଥିବା ବେଳେ ସାଧାରଣ ବାଇଗଣ ଦର ୮୦ ଟଙ୍କା ରହିଛି । ସେହିପରି ପୋଟଳ- ୬୦ ଟଙ୍କା, କଲରା- ୫୦ ଟଙ୍କା, ଝୁଡୁଙ୍ଗ – ୫୦ ଟଙ୍କା, କଙ୍କଡ଼ା -୬୦ ଟଙ୍କା, ଭେଣ୍ଡି- ୬୦ ଟଙ୍କା, ଫୁଲକୋବି- ୫୦ ଟଙ୍କା, ଗାଜର- ୪୦ ଟଙ୍କା ରହିଛି । ଏପରିକି ଅମୃତଭଣ୍ଡା- ୩୦ ରୁ ୪୦ ଟଙ୍କା ଦର ରହିଥିବା ବେଳେ କଞ୍ଚାଲଙ୍କା ଦର ରହିଛି ୨୦୦ ଟଙ୍କା ।

ଏପରିସ୍ଥିତିରେ ଲୋକେ ପରିବା ହାଟକୁ ଆସୁଛନ୍ତି, ହେଲେ କିଲେ ଜାଗା ରେ ଅଢେଇସ ବା ଅଧାକିଲୋ ପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏମିତିକି କଞ୍ଚା ପରିବା ଅପେକ୍ଷା ଡାଲି ଜାତୀୟ ଜିନିଷ ଯେପରିକି, ମଟର, ରାଜ ମା, ଶୋୟାବିନ କୁ ଖାଦ୍ୟ ରେ ଅଧିକ ବ୍ୟବହାର କରୁଥିବା ଗ୍ରାହକ କହିଛନ୍ତି । ଏହି ଉଚ୍ଚ ଦର ଯୋଗୁଁ ନିରାମିଷ ଲୋକେ ଅଧିକ ହଇରାଣ ହେଉଥିବା କହିଛନ୍ତି ।

   Related Posts