ସମୟସୀମା ଅତିକ୍ରମ ପରେ ବି ନେଇପାରିବେ ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକ

Published By : Prameya-News7 Bureau | August 27, 2021 IST

ଭୁବନେଶ୍ବର ୨୭।୮: ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ୍ ପରେ କୋଭିଡ୍ ହେବା ଯୋଗୁଁ ଅଧିକାଂଶ ଲୋକଙ୍କ ଦ୍ଵିତୀୟ ଡୋଜ୍ ଟିକାରେ ବିଳମ୍ବ ହେଉଛି । ୫୦ ଲକ୍ଷ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତ୍ତମାନ ଟିକାର ଅଭାବ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସଠିକ୍ ସମୟରେ ଟିକା ନିଅନ୍ତୁ । 

ରାଜ୍ୟରେ ପ୍ରତିଦିନ ୧୦ରୁ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । ଶିଶୁଙ୍କୁ ଟିକା ଦାନ ନେଇ ଏକ୍ସପର୍ଟ ଗ୍ରୁପର ନିଷ୍ପତ୍ତି ପରେ ଗାଇଡ଼ ଲାଇନ ଆସିବ । ଏହାପରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.