ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କରୋନା ଭ୍ୟାକସିନ୍ ନେବା ପାଇଁ ଲାଗିବ ୩୦ ମିନିଟ୍, ଟୀକା କେନ୍ଦ୍ରରେ ହେବ ୩ଟି ଅଲଗା ଅଲଗା କୋଠରୀ, ଜାଣନ୍ତୁ ଟୀକାକରଣର ପୂରା ପ୍ରକ୍ରିୟା

8/12/2020 at 2:46 PM

ନୂଆଦିଲ୍ଲୀ ୦୮/୧୨ : କରୋନା ମହାମାରୀ ପାଇଁ ସାରା ବିଶ୍ବରେ ଚିନ୍ତାଜନକ ସ୍ଥିତି ଜାରି ରହିଛି । ସାରା ବିଶ୍ବର ୭ କୋଟି ଲୋକ କରୋନରେ ସଂକ୍ରମିତ ହୋଇସାରିଲେଣି । ପ୍ରାୟ ୧୫.୫୦ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ତେବେ ଏହାରି ମଧ୍ୟରେ ସବୁଠାରୁ ବଡ କଥା ହେଉଛି ଭ୍ୟାକସିନ୍ । ବିଶ୍ବର କୋଣ ଅନୁକୋଣ ପ୍ରାୟ ସମସ୍ତ ଦେଶରେ ବଡ ବଡ ବୈଜ୍ଞାନିକମାନେ ଭ୍ୟାକସିନ୍ ତିଆରି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନେକ ଭ୍ୟାକସିନର ପରୀକ୍ଷା ଏବେ ମଧ୍ୟ ଜାରି ରହିଛି । କିଛି ଭ୍ୟାକସିନର ପରୀକ୍ଷଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।

ଭାରତରେ ଫାଇଜର, ସେରମ୍ ଇଷ୍ଟଇଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ଭଳି ଔଷଧ ଉତ୍ପାଦନ କମ୍ପାନୀ ଦ୍ବାରା ଭ୍ୟାକସିନକୁ ଜରୁରୀ ଉପଯୋଗର ଅନୁମତି ​‌ପାଇଁ ଆବେଦନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଭ୍ୟାକସିନକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିନାହିଁ । ଆସନ୍ତା ବୁଧବାର ଦିନ CDSCO ପକ୍ଷରୁ ଭ୍ୟାକସିନ୍ ପରୀକ୍ଷଣ ଉପରେ ଆଲୋଚନା ହେବ । ଆବେଦନ କରିଥିବା କମ୍ପାନୀମାନଙ୍କର ମୂଲ୍ୟାଙ୍କନ ହେବ ଏବଂ ଏହା ପରେ ଯାଇ କୋଭିଡ-୧୯ ଟୀକାର ଉପଯୋଗ ହେବ କି ନାହିଁ ତାହାର ବିଚାର କରାଯିବ ।

ତେବେ ସରକାରୀ ସୂତ୍ର ଅନସାରେ ଯଦି ଭ୍ୟାକସିନ ବ୍ୟବହାର ପାଇଁ ଅନୁମତି ମିଳେ ତେବେ ପ୍ରତ୍ୟେକ କେନ୍ଦ୍ରରେ ତିନୋଟି ଅଲଗା ଅଲଗା କୋଠରୀ ରହିବ । ପ୍ରଥମ କୋଠରୀରେ ଟୀକା ନେବା ପାଇଁ ଆସିଥିବା ବ୍ୟକ୍ତି ଅପେକ୍ଷାରେ ବସିବେ । ଦ୍ବିତୀୟ କୋଠରୀରେ ସଂକ୍ରମିତମାନେ ଟୀକା ନେବେ ଏବଂ ତୃତୀୟ କୋଠରୀରେ ଟୀକା ନେଇଥିବା ବ୍ୟକ୍ତିମାନଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ରଖାଯିବ । ସେଠାରେ ୩୦ ମିନିଟ ଧରି ଟୀକାନେଇଥିବା ବ୍ୟକ୍ତିଙ୍କୁ ରଖାଯିବ ।  ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ପ୍ରାୟ ୩୦ ମିନିଟ ଲାଗିବ ତେଣୁ ଭିଡ ମଧ୍ୟ ଅଧିକ ପରିମାଣର ହେବ ।

   Related Posts