କରୋନାର ନୂଆ ଭାରିଆଣ୍ଟ XBB ମାନୁନି ଭ୍ୟାକ୍ସିନ, ଜାଣନ୍ତୁ ଲକ୍ଷଣ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ ୨୧।୧: ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ଏବେ ଚିନ୍ତାର ବିଷୟ ପାଲଟିଛି। ଟିକା କରିଥିବା ଲୋକେ ବି ଏହି ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ୟୁଏସ୍‌ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ (ସିଡିସି) ଆମେରିକାରେ ବ୍ୟାପୁଥିବା ୧୯ରୁ ୪୦ ପ୍ରତିଶତ କେସ୍‌ କେବଳ ଏହି ଭାରିଆଣ୍ଟ ଯୋଗୁ ବ୍ୟାପୁଥିବାର କହିଛନ୍ତି। ଇଣ୍ଡିଆନ ସାର୍ସ କୋଭ-୨କନସୋର୍ଟିୟମ ଅନ ଜେନୋମିକ୍ସ (ଆଇଏନଏସଏସିଓଜି) ତଥ୍ୟ ଅନୁସାରେ ଆମେରିକାରେ ପ୍ରକୋବ କରୁଥିବା  କରୋନା ଭାରିଆଣ୍ଟ ଭାରତରେ ମଧ୍ୟ ବ୍ୟାପୁଛି।

ଆଇଏନଏସଏସିଓଜିଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟରେ ଗତ କିଛି ଦିନରେ ଏହି ଭାରିଆଣ୍ଟର ୨୬ କେସ୍‌ ଅଲଗା ଅଲଗା ସହରରୁ ମିଳିଲାଣି। ମହାମାରୀ ବିଶେଷଜ୍ଞ ଏରିକ୍ ଫେଗଲ-ଡିଙ୍ଗ ଟ୍ୱିଟ୍‌ରେ ସୂଚିତ କରିଛନ୍ତି ଯେ ଏକ୍ସବିବି.୧.୫ପୂର୍ବ ଭାରିଆଣ୍ଟ ମାନଙ୍କ ତୁଳନାରେ ଟ୍ରାନ୍ସମିସନ ଓ ଇନଫେକ୍ସନ ହାର ମାମଲାରେ ଅଧିକ ବିପଦଜନକ। ଏଣୁ ଭାରତରେ ଏହି ଭାରିଆଣ୍ଟ ଚିହ୍ନଟ ହେବା ପରଠାରୁ ଚିନ୍ତାର କାରଣ ପାଲଟିଛି। ଆମେରିକାରେ ପ୍ରକୋପ କରୁଥିବା ଏକ୍ସଏକ୍ସବି.୧.୫ ସମ୍ଭବତଃ ଆମେରିକାରେ ସୃଷ୍ଟ ରିକମ୍ବିନେଣ୍ଟ ଭାରିଆଣ୍ଟ ହୋଇପାରେ। ଯାହା ପୁରୁଣା ଏକ୍ସବିବି ତୁଳନାରେ ୯୬ ପ୍ରତିଶତ ତୀବ୍ର।

{"id":735852,"width":842,"height":553,"sizeSlug":"full","linkDestination":"none"}

ଗତ ଅକ୍ଟୋବର ମାସରେ ଏହା ନ୍ୟୁୟର୍କ କ୍ଷେତ୍ରରେ ପ୍ରଥମେ ଦେଖାଯାଇଥିଲା। ଏହା ପରଠାରୁ ଏହା ଆମେରିକାରେ ଲୋକଙ୍କ ଲାଗି ସମସ୍ୟାର କାରଣ ପାଲଟିଛି। ଏହି ଭାରିଆଣ୍ଟରେ ସଂକ୍ରମିତ ହେଲେ ନାକରୁ ବୋହିବା ସହ ଗଳା ଦରଜ, ଜ୍ୱର, ମୁଣ୍ଡବିନ୍ଧା, ଛିଙ୍କ, ଥଣ୍ଡା, କାସ ସହ ଶ୍ୱର କର୍କସ ହେବା ଏହାର ମୁଖ୍ୟ ଲକ୍ଷଣ। କିଛି କାରଣ ଯୋଗୁ କରୋନାର ଅନ୍ୟ ଭାରିଆଣ୍ଟରୁ ଏହାକୁ ପୃଥକ କରୁଛି। ତାହା ହେଉଛି ଏହା ଭଲ ରୁପେ ଇମ୍ୟୁନିଟିକୁ ଚକମା ଦେଇ ବର୍ତ୍ତି ଯାଇ ପାରୁଛି। ଏହା ଛଡା ଏହା ସହଜରେ ମାନବ କୋଷିକାରେ ପ୍ରବେଶ କରିପାରୁଛି।

ଏହି ଭାରିଆଣ୍ଟରେ ସଂକ୍ରମିତ ହେଲେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଛି ଯାହା ଏହାର ପୂର୍ବ ଭାରିଆଣ୍ଟ ଏକ୍ସବିବି ଓ ବିକ୍ୟୁରେ ହେଉ ନଥିଲା। ପୁରୁଆ ବୁହାନ ୧.୦ ବା ଓମିକ୍ରନ ଉପରେ ପ୍ରଭାବକାରୀ ଟିକା ଏହା ଉପରେ କାମ କରିବ ସେ ନେଇ ସନ୍ଦେହ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.