oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଟିକା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ- ସୁପ୍ରିମକୋର୍ଟ

2/05/2022 at 12:05 PM

ନୂଆଦିଲ୍ଲୀ, ୦୨/୦୫ : ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ସରକାର ଭାକସିନ୍ ପାଇଁ କରିପାରିବେନି ବାଧ୍ୟ । ଏକ ମାମଲାର ଶୁଣାଣି ବେଳେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନାନୁସାରେ, ସୋମବାର ହାଇକୋର୍ଟ କରୋନା ଟିକାକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଟିକା ନେବା ପାଇଁ ସରକାର ବାଧ୍ୟ କରିପାରିବେନି । କୋର୍ଟ ଟିକାର ତଥ୍ୟ ଏବଂ ଟିକାକୁ ବାଧ୍ୟତାମୂଳକ କରିବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି । ତେବେ କୋର୍ଟ କେନ୍ଦ୍ର ସରକାରଙ୍କ କରୋନା ଜନିତ ନିୟମକୁ ଉଚିତ ବୋଲି କହିବା ସହ ଟିକାର ଟ୍ରାଏଲ ଜାରି ରଖିହାକୁ କହିଛନ୍ତି ।

ତେବେ କିଛି ରାଜ୍ୟରେ ସାର୍ବଜନୀନ ସ୍ଥାନରେ ବିନା କରୋନା ଟିକା ପ୍ରମାଣପତ୍ରରେ ଏଣ୍ଟ୍ରି ମିଳୁନାହିଁ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ଏହାକୁ ଅନୁଚିତ୍ ଦର୍ଶାଇ ଏହି ପ୍ରତିବନ୍ଧକ ହଟାଇବା ଦରକାର ବୋଲି ନିଜ ଶୁଣାଣିରେ ଦର୍ଶାଇଛନ୍ତି। ଏହାସହ କରୋନା ନିୟମରେ ପରାମର୍ଶ ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଆହୁରି ମଧ୍ୟ ଟିକା ନେଲା ପରେ ଯଦି କୌଣସି ପ୍ରତିକୂଳ ପ୍ରଭାବ ପଡ଼ୁଛି ତେବେ ସେହି ତଥ୍ୟ ସାର୍ବଜନୀନ କରିବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ଟିକାକରଣ ନିଷ୍ପତ୍ତି ସଚେତନତା ଏବଂ ଆନ୍ତର୍ଜାତୀୟ ମାନକ ଅନୁଯାୟୀ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି ।

   Related Posts