ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡିଶା, ଦିଆଗଲାଣି ୧.୫ କୋଟି ଡୋଜ୍‌

Published By : Prameya-News7 Bureau | July 22, 2021 IST

ଭୁବନେଶ୍ବର ୨୨/୦୭ : ରାଜ୍ୟରେ ଟିକାକରଣ ଅଭିଯାନ ଦୃତ ଗତିରେ ଜାରି ରହିଛି । ଏହାରି ମଧ୍ୟରେ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

wp:embed {"url":"https://twitter.com/HFWOdisha/status/1418153481878204418","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1418153481878204418
/wp:embed

ଏହି ଉବଲବ୍ଧି ପାଇଁ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ କର୍ମୀ ଏବଂ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କରୋନା ମହାମାରୀ ସମୟରେ ଆଗରେ ରହି ଏହାକୁ ମୁକାବିଲା କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ସ୍ବାସ୍ଥ୍ୟ କର୍ମୀ ଏବଂ ଆଗ ଧାଡିର କରୋନା ଯୋଦ୍ଧା । ଯାହାଫଳରେ ଓଡିଶା କୋଭିଡ ସଂକ୍ରମଣକୁ ଆୟତରେ ରଖିବାକୁ ସକ୍ଷମ ହୋଇଛି । ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଢ କୋଟି ଡୋଜ ଦିଆସରିଥିବା ବେଳେ ଆଗାମୀ ଦିନରେ ଟିକାକରଣ ଆହୁରି ଦୃତଗତିରେ ଜାରି ରହିବାକୁ ଲକ୍ଷ୍ୟ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.