ନୂଆଦିଲ୍ଲୀ ୨୩/୦୯: ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଟିକା ନେବେ ନାହିଁ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି । ସେମାନଙ୍କୁ ଘରେ ଦିଆଯିବ ଭ୍ୟାକସିନ୍ । ଟିକାକରଣ କେନ୍ଦ୍ର ଯିବାକୁ ଅସମର୍ଥ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଘରେ ଟିକାଣରଣକୁ ମଞ୍ଜୁରୀ ଦେଇଛନ୍ତି ।
wp:embed {"url":"https://twitter.com/ANI/status/1441008511811420164","type":"rich","providerNameSlug":"twitter","responsive":true}ଏନେଇ ବ୍ୟବସ୍ଥା କରାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି । ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତିଙ୍କୁ ସେମାନଙ୍କ ଘରକୁ ଯାଇ ଟିକା ଦେବେ ସ୍ବାସ୍ଥ୍ୟ କର୍ମୀ ।
ଏଥିପାଇଁ ସେମାନଙ୍କୁ କୌଣସି ସ୍ଥାନରେ ଆବେଦନ କରିବାର ଆବଶ୍ୟକତା ନାହିଁ । ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡାକ୍ତର ଭିକେ ପଲ୍ ସାପ୍ତାହିକ ସାମ୍ବାଦିକ ସମ୍ମଳନୀରେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।