ମୁମ୍ବାଇର ଡ୍ୟାନ୍ସ ଗ୍ରୁପ ଜିତିଲେ ଆମେରିକା ଗଟ୍‌ ଟ୍ୟାଲେଣ୍ଟ୍‌

Published By : Prameya-News7 Bureau | February 22, 2020 IST

ନ୍ୟୁୟର୍କ - ମୁମ୍ବାଇର ଡ୍ୟାନସ୍‌ ଗ୍ରୁପ ଭି ଅନ୍‌ବିଟେବଲ୍‌ ଆମେରିକା ଗଟ୍‌ ଟ୍ୟାଲେଣ୍ଟର ବିଜେତା ହୋଇଛନ୍ତି । ଏଥିରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଭି ଅନ୍‌ବିଟେବଲ୍‌ ଆମେରିକା ଗଟ୍‌ ଟ୍ୟାଲଣ୍ଟର ୧୫ ତମ ସଂସ୍କରଣର ବିଜେତା ହୋଇଛନ୍ତି। ଏଥିପାଇଁ ସେ ଭାରତର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭି ଅନ୍‌ବିଟେବଲ୍‌ ବେଶ୍‌ ଭଲ ନାଚ ପ୍ରଦର୍ଶନ କରିଥିଲେ । ଏହି ବିଜୟ ସାରା ଦେଶ ପାଇଁ ଗୌରବ ଆଣି ଦେଇଛି ବୋଲି ଡ୍ୟାନ୍ସ ଗ୍ରୁପ ପକ୍ଷରୁ କୁହାଯାଇଛି ।

{"id":227706,"width":573,"height":321,"sizeSlug":"large"}

ଏଥିପାଇଁ ସାରା ଦେଶରୁ ତାଙ୍କୁ ସମର୍ଥନ ମିଳିଛି ବୋଲି ସେମାନେ କହିଛନ୍ତି । ଏହି ପ୍ରତିଯୋଗିତା ବେଶ୍‌ କଷ୍ଟକର ଓ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ଥିଲା । ଏଥିରେ ୪୦ଟି ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଯାଦୁକର, ସଙ୍ଗୀତଜ୍ଞ ଓ ଅନ୍ୟ ପ୍ରତିଭାବାନ୍‌ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

wp:html /wp:html

ଛୋଟ ପିଲାଠାରୁ ବଡ ପର୍ଯ୍ୟନ୍ତ ଏହି ଡ୍ୟାନ୍ସ ଗ୍ରୁପର ସଦସ୍ୟ ଅଛନ୍ତି । ଗତ ବର୍ଷ ଆମେରିକାର ଡ୍ୟାନ୍ସ ପ୍ଲସରେ ସେମାନେ ଚତୁର୍ଥ ସ୍ଥାନରେ ଥିଲେ । ଚଳିତ ବର୍ଷ ଏମାନେ ଆମେରିକା ଗଟ୍‌ ଟ୍ୟାଲେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.