WHOର ଚେତାବନୀ: ଏଇ ଦୁଇ ସିରପ୍ ନେଉଛି ଜୀବନ, ଏଠାରେ ୧୮ ଶିଶୁଙ୍କ ଗଡିଲାଣି ମୁଣ୍ଡ !

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ ୧୨/୦୧: ଆପଣ ଆପଣଙ୍କ ପିଲାଙ୍କୁ ଦେଉଛନ୍ତି କି ଏହି କସ୍ ସିରପ୍ । ତେବେ ହୋଇଯାଆନ୍ତୁ ସାବଧାନ । ଏହି ଦୁଇ କପ୍ ସିରଫ ନେଉଛି ଜୀବନ । ଏମିତି ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ।

ନୋଏଡା ସ୍ଥିତ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମାରିଅନ୍ ବାୟୋଟେକ୍ ର କଫ୍ ସିରପ୍ ବିଷୟରେ WHO ଚେତାବନୀ ଦେଇଛି । ଆହୁରି କହିଛି ଯେ, ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦୁଇଟି କାଶ ଔଷଧ ଉଜବେକିସ୍ତାନ୍ ପିଲାମାନଙ୍କୁ ନଦେବା ପାଇଁ । ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ବୁଧବାର ଦିନ ଏହି ପରାମର୍ଶ ଦେଇଛି । ଏ ଦୁଇଟି ଔଷଧ ହେଉଛି ‘ଆମ୍ବ୍ରୋନଲ୍’ ଓ ‘ଡିଓକେ-୧’ ସିରପ୍ ।

ସୂଚନା ଥାଉକି, ଗାଇଡ୍ଲାଇନକୁ ଆଧାର କରି ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ଔଷଧକୁ ଗାଇଡ୍ଲାଇନ୍ ବାହାରର ଉତ୍ପାଦ ଭାବେ ବିବେଚନା କରାଯାଉଛି । ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ତା’ର ୱେବସାଇଟରେ ଏହି ସତର୍କ ସୂଚନା ଜାରି କରିଛି । ହୁ’ର ମେଡିକାଲ ରିପୋର୍ଟ ଅନୁସାରେ ଉଭୟ ଔଷଧରେ ‘ଡାଇଥିଲିନ୍ ଗ୍ଲାଇକୋ’ ବା ‘ଏଥିଲିନ୍ ଗ୍ଲାଇକୋ’ ନାମକ ରାସାୟକିନ ପଦାର୍ଥ ରହିଛି । ଯାହାର ମାତ୍ରା ଗ୍ରହଣୀୟ ନୁହଁ ବୋଲି କୁହାଯାଇଛି । ଉଜବେକିସ୍ତାନରେ ଏହି ଦୁଇଟି କଫ୍ ସିରଫ ଖାଇବା ପରେ ୧୮ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.