ଭାରତ ତିଆରି ଔଷଧ ଖାଇ ୧୮ ଶିଶୁଙ୍କ ମୃତ୍ୟୁ: ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଲୀ: ଭାରତରେ ତିଆରି ହେଉଥିବା ଔଷଧ ଖାଇ ଶିଶୁ ମୃତ୍ୟୁ ହେଉଥିବା  ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଉଜ୍‌ବେକିସ୍ତାନରୁ ଆଶ୍ଚର୍ଯ୍ୟ କର ଦାବି କରିଛି। ଭାରତ ତିଆରି ଔଷଧ ଖାଇ ୧୮ ଶିଶୁଙ୍କର ଜୀବନ ଯାଇଛି ବୋଲି ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି।

ଭାରତୀୟ ଫାର୍ମାଶୁଟିକାଲ କମ୍ପାନୀ ମାରିଅନ ବାୟୋଟେକ୍‌ ପ୍ରାଇଭେଟ୍ ଲିମିଟେଡକୁ ନେଇ ଅଭିଯୋଗ ଆସିଛି। ଏହି କମ୍ପାନୀ ୨୦୧୨ରେ ଉଜବେକିସ୍ତାନରେ ଔଷଧ ନିର୍ମାଣ ପାଇଁ ପଞ୍ଜିକୃତ ହୋଇଥିଲା।

ଶିଶୁ ମୃତ୍ୟୁ ନେଇ ଉଜ୍‌ବେକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ପିଲାମାନେ ମୃତ୍ୟୁ ମୁଖରେ ପଡ଼ିଲେ ସେମାନେ Dok-1 Max ସିରପ ଖାଇଥିଲେ। ନୋଏଡ଼ା ସ୍ଥିତି ମାରିଅନ ବାୟୋଟେକ୍ ଦ୍ୱାରା ଏହି ଔଷଧ ତିଆରି କରାଯାଇଥିଲା।

ପୂର୍ବରୁ ଭାରତରେ ତିଆରି କଫ ସିରଫ ଖାଇ ଗାମ୍ବିଆରେ ଶିଶୁଙ୍କର ମୃତ୍ୟୁ ନେଇ ଚେତାବନୀ ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ହେଲେ ଗାମ୍ବିଆ ପକ୍ଷରୁ କିନ୍ତୁ ଏନେଇ କୌଣସି ସୂଚନା ଦିଆଯାଇ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.