oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଭୁବନେଶ୍ୱର ପାଇଁ ବିପଦ ବଢାଇବ ଅତି ବାଇଗଣୀ ବିକିରଣ ରଶ୍ମୀ, ଚର୍ମ କର୍କଟ ଓ ଆଖି ଉପରେ ପକାଇପାରେ ପ୍ରଭାବ

26/04/2022 at 1:15 PM

ଭୁବନେଶ୍ୱର ୨୬/୦୪: ରାଜଧାନୀରେ ଅଲଟ୍ରା ଭାୟୋଲେଟ୍‌ ଇଣ୍ଡେକ୍ସ ବା ୟୁଭି ମାତ୍ରା ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ପ୍ରଚଣ୍ଡ ଖରା ଓ ତାତି ସାଙ୍ଗକୁ ଏଭଳି ଭୟଙ୍କର ୟୁଭି ସ୍ତରକୁ ନେଇ ଆଶଙ୍କା ବଢ଼ିଲାଣି । ଏହାକୁ ନେଇ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।

ଟ୍ୟୁଟି ଇମ୍‌ପିଓ.ନେଟ୍‌ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ସୋମବାର ସକାଳ ୯ଟାରେ ୟୁଭି ମାତ୍ରା ୮ ଥିଲା । ଦିନ ୧୦ଟା ବେଳକୁ ୟୁଭି ମାତ୍ରା ବଢି ୧୧ ହୋଇଥିଲା । ୧୧ଟା ବେଳକୁ ୟୁଭି ମାତ୍ରା ୧୨ ଛୁଇଁଥିଲା । ଏହି ମାତ୍ରା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ । ୧୧ଟାରୁ ୧୨ଟା ଯାଏ ୟୁଭି ମାତ୍ରା ୧୨ରେ ଅପରିବର୍ତ୍ତିତ ରହିଥିଲା । ତେବେ ୧ଟା ବେଳକୁ ୟୁଭି ମାତ୍ରା ୧୦କୁ ଖସିଥିଲା । ହେଲେ ୧ଟାରୁ ୨ଟା ଭିତରେ ଏହା ଆହୁରି ଖସି ୬ରେ ପହଞ୍ଚିଥିଲା ।

ଅଲଟ୍ରା ଭାୟୋଲେଟ୍‌ ବା ଅତି ବାଇଗଣୀ ବିକିରଣ ରଶ୍ମିର ଏକ ନିର୍ଦ୍ଦିଷ୍ଟ ସ୍ତର ଅଛି । ୟୁଭି ସ୍ତର ୮, ୯ ବା ୧୦ ରହିଲେ ଏହା ବିପଦ ବୋଲି ଧରାଯିିବ । ୧୧ରୁ ଅଧିକ ହେଲେ ଏହା ଅତି ବିପଜ୍ଜନକ । ଅର୍ଥାତ୍‌ ଏହି ବିକିରଣ ରଶ୍ମିର ସଂସ୍ପର୍ଶରେ ଆସିଲେ ଶରୀରର ଅନେକ କ୍ଷତି ହୁଏ । ଚର୍ମ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ ।

ସମ୍‌ ଅଙ୍କୋଲୋଜି ବିଭାଗର ବିଶେଷଜ୍ଞ ଡ. ସଂଗ୍ରାମ କେଶରୀ ପଣ୍ଡା କହିଛନ୍ତି, ୟୁଭି ମାତ୍ରା ଅଧିକ ରହିଲେ ଏହା ମଣିଷ ଶରୀର ପାଇଁ ବିପଦ । ଏହା ପ୍ରଭାବରେ ଚର୍ମ କର୍କଟ ହୁଏ । ଆଖି ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡେ । ଅଧିକ ୟୁଭି ମାତ୍ରା ପ୍ରଭାବରେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ କହିଛନ୍ତି, ଅତ୍ୟଧିକ ତାପମାତ୍ରା ସହିତ ୟୁଭି କିରଣ ମଣିଷ ପାଇଁ ହାନିକାରକ ।

ଆଜି ଭୁବନେଶ୍ୱରରେ ୟୁଭି ବିକିରଣ ମାତ୍ରା ୧୨ ରହିଥିଲା । ଆସନ୍ତା ୫ଦିନ ଯାଏ ଏହା ଅପରିବର୍ତ୍ତିତ ରହିବ । ଦିନ ୧୦ଟାରୁ ୪ଟା ଯାଏ ଏହାର ମାତ୍ରା ଅଧିକ ରହିବ । ୫ ମିନିଟ୍‌ ଖରାରେ ସିଧାସଳଖ ସଂସ୍ପର୍ଶରେ ଆସିଲେ କର୍କଟ ରୋଗର ଆଶଙ୍କା ରହୁଛି । ଏହାବାଦ୍‌ ଲାଟେଣ୍ଟ ହିଟ୍‌ ବା ସୁପ୍ତ ଉତ୍ତାପ ଯୋଗୁ ଅଧିକ ଗରମ ଅନୁଭୂତ ହେଉଛି ।

   Related Posts