କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ରାସ୍ତାରୋକ କଲେ ପରିବାର ଲୋକ

Published By : Prameya-News7 Bureau | November 06, 2022 IST

ବାସୁଦେବପୁର ୦୬/୧୧: ଢେଙ୍କାନାଳ ଜିଲ୍ଲା ଗଅଂଦିଆ ଥାନା ଅଞ୍ଚଳରେ ଗତ ଅକ୍ଟୋବର ୨୩ରେ ଏଟିଏମ ଲୁଟ ଅଭିଯୋଗରେ ନିରଞ୍ଜନ ପାଣି ନାମକ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ସେ ବାସୁଦେବପୁର ଥାନା ଅଲବଗା ଗାଁର ବାସିନ୍ଦା। କୌଣସି କାରଣରୁ ସେ ଅସୁସ୍ଥ ହେବାରୁ ୩ ନଭେମ୍ୱର ୩ରେ ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ପରେ ପରିବାର ଲୋକ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ରବିବାର ତାଙ୍କ ମର ଶରୀର ବାସୁଦେବପୁରରେ ପହଞ୍ଚିବା ପରେ ପରିବାର ଲୋକ ନ୍ୟାୟ ଦାବିରେ ବାସୁଦେବପୁର-ଭଦ୍ରକ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.