ଡିଭାଇଡର ପାର ହୋଇ କାର୍କୁ ଧକ୍କା ଦେଲା ବସ୍ : ୬ମୃତ, ୧୨ ଆହତ
18/02/2020 at 9:56 AM

ଲକ୍ଷ୍ନୌ ୧୮।୦୨: ଉତ୍ତରପ୍ରଦେଶ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ରେ ଭୟାନକ ସଡକ ଦୁର୍ଘଟଣା ଘଟିଛି । ଯାତ୍ରାବାହୀ ବସ୍ ଓ ଫର୍ଚ୍ୟୁନର କାର୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଫର୍ଚ୍ୟୁନର କାର୍ଟି ଲକ୍ଷ୍ନୌରୁ ଆଗ୍ରା ଯାଉଥିଲା । ସେହି ସମୟରେ ବିହାର ରାଜ୍ୟ ପଟକୁ ଯାଉଥିବା ବସ୍ ସହ ଧକ୍କା ହୋଇଥିଲା । କାର୍ରେ ଥିବା ୫ଜଣ ଓ ବସ୍ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ୧୨ଜଣ ଲୋକ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।