ସୁଡଙ୍ଗ ଭିତରେ କେମିତି ଅଛି ଜୀବନ ? ଟନେଲ ଡିପିଆର୍ ରିପୋର୍ଟକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 15, 2023 IST

ଡେରାଡୁନ୍: ୭୮ ଘଣ୍ଟା ଟପିଲାଣି ତଥାପି ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇନାହିଁ । ମାଟି ତଳେ ଯନ୍ତ୍ରଣା ସହିତ ଜୀବନ ବିତାଉଛନ୍ତି ୪୦ରୁ ଅଧିକ ଲୋକ । ପ୍ରଶାସନ ପକ୍ଷରୁ ଚାଲିଥିବା ରେସକ୍ୟୁ ବେଳେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି। ଟନେଲ୍ ଭିତରେ ଭୂ-ସ୍ଖଳନ ହେଉଥିବା ଜଣାପଡ଼ିଛି । ପାହାଡ଼ର ଧ୍ବଂସାବଶେଷକୁ ବାହାର କରିବାରେ ଲାଗିଥିବା ମେସିନ୍ ମଧ୍ୟ ଖରାପ ହୋଇଯାଇଛି । ଅନ୍ୟପଟେ ରେସକ୍ୟୁ ଅପରେସନ ପାଇଁ ଦିଲ୍ଲୀରୁ ଏୟାର ଲିଫ୍ଟ କରି ଏକ ଅତ୍ୟାଧୁନିକ ମେସିନ୍ ଅଣାଯାଇଛି । ସେଥିପାଇଁ ସୁଡ଼ଙ୍ଗ ଭିତରେ ସ୍ବତନ୍ତ୍ର ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି ।

ଉତ୍ତରକାଶୀରେ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନକୁ ସ୍ପିଡ୍ କରାଯାଇଛି । ପ୍ରଶାସନ ସୂଚନା ଅନୁଯାୟୀ, ବାୟୁସେନାର ୩ଟି ସ୍ବତନ୍ତ୍ର ବିମାନ ଯୋଗେ ୨୫ ଟନ୍ ଓଜନ ମେସିନକୁ ଆଣାଯାଉଛି । ଯାହାଦ୍ବାରା ଷ୍ଟିଲ୍ ପାଇପକୁ ବିପରୀତ ପାର୍ଶ୍ବରେ ସୁଡ଼ଙ୍ଗ ଭିତରକୁ ପଠାଯିବ ।  ଏହି ମେସିନ୍ ଘଣ୍ଟାପ୍ରତି ୫ ମିଟର ଲମ୍ବ ପଥର ଚଟାଣକୁ ପାର୍ କରିବ । ବୁଧବାର ସନ୍ଧ୍ୟାରୁ ଏହି ମେସିନ୍ କାର୍ଯ୍ୟ ଆରମ୍ଭ କରିବ । ସେହିପରି ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ପାଇଁ ନରେଓ୍ବେ ଓ ଥାଇଲ୍ୟାଣ୍ଡର ଏକ ବିଶେଷ ଟିମର ମଧ୍ୟ ସହୟତା ନିଆଯାଉଛି ।

wp:embed {"url":"https://www.prameyanews7.com/israel-army-idf-raid-gaza-strip-al-shifa-hospital-fight-with-hamas-on-specific-location/","type":"wp-embed","providerNameSlug":"prameya-news-7"}
https://www.prameyanews7.com/israel-army-idf-raid-gaza-strip-al-shifa-hospital-fight-with-hamas-on-specific-location/
/wp:embed

ସିଲକ୍ୟାରା ସୁଡ଼ଙ୍ଗର ଡିପିଆର୍ ରିପୋର୍ଟ ଉପରେ ପ୍ରଶ୍ନବାଚୀ ଉଠିଛି  । ଟନେଲ ନିର୍ମାଣ କ୍ଷେତ୍ରରେ ଥିବା ପଥର ଚଟାଣର କ୍ଷମତାକୁ ଅଣଦେଖା କରାଯାଇଥିବା ଖବର ସମ୍ନାକୁ ଆସିଛି । ବିନା ପରୀକ୍ଷଣରେ ସୁଡ଼ଙ୍ଗ ଖୋଳାଯାଉଥିବା ଟନେଲରେ ଫସିଥିବା ଶ୍ରମିକଙ୍କ ପରିବାରବର୍ଗ କହିଛନ୍ତି । କାମ କରୁଥିବା ଦୁଇଟି କମ୍ପାନୀ ମଧ୍ୟରୁ ଗୋଟିଏ କମ୍ପାନୀ ନିଜ ଡିପିଆର୍ ରିପୋର୍ଟରେ ଏଭଳି ଉଲ୍ଲେଖ କରିଛି । ଅନ୍ୟପଟେ ରେସକ୍ୟୁ ଅପରେସନ ବେଳେ ଶ୍ରମିକଙ୍କ ପରିବାରଗର୍ବ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.