ନୂଆଦିଲ୍ଲୀ: ୧୭ ଦିନ ଯାଏ ଚାଲିଥିବା ଉଦ୍ଧାର ଅଭିଯାନ ପରେ ମଙ୍ଗଳବାର ସେହି ମଙ୍ଗଳ ମୁହୂର୍ତ୍ତ ଆସି ପହଞ୍ଚିଛି, ଯାହାକୁ ସାରା ଦେଶ ଅପେକ୍ଷା କରି ରହିଥିଲା । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ଫସିଥିବା ୪୧ ଶ୍ରମିକ ଖୁବଶୀଘ୍ର ବାହାରକୁ ଆସିବେ । ୪୦୦ ଘଣ୍ଟାରୁ ଅଧିକ ସମୟ ଯାଏ ଦେଶୀ-ବିଦେଶୀ ମେସିନ ଓ ବିଶେଷଜ୍ଞଙ୍କ ଅକ୍ଲାନ୍ତ ପରିଶ୍ରମ ସବୁ ବାଧାକୁ ଅତିକ୍ରମ କରି ପର୍ବତରେ ବିଜୟର ଗାଥା ଲେଖିଛି । ମାଟି ଅତଡା ଭିତରେ ୮୦୦ ଏମଏମ ପାଇପ୍ ବିଛାଇ ଏକ ଟନେଲ ନିର୍ମାଣ କରାଯାଇଛି । ଏହା ଭିତର ଦେଇ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ । ଆକ୍ୟୁରେଟ କନକ୍ରିଟ୍ ସଲ୍ୟୁସନ୍ ଏମଡି ଅକ୍ଷତ କଟୟାଲଙ୍କ ଅନୁସାରେ, 'ବିନା କୌଣସି ବାଧାରେ ପାଇପକୁ ସୁଡଙ୍ଗ ଭିତରକୁ ପଠାଯାଇଛି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ୩-୪ଟି ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ଶେଷ ହେବ । ଏନଡିଆରଏଫ ଟିମ୍ ସୁଡଙ୍ଗ ଭିତରେ ପ୍ରବେଶ କରିଛନ୍ତି'।
wp:html/wp:html#WATCH | Uttarkashi tunnel rescue | Akshet Katyaal, MD, Accurate Concrete Solutions says "...The pipe has been pushed inside very cautiously without any hurdle, a breakthrough has been achieved and the pipe has passed through. The work to rescue labourers has started. There are… pic.twitter.com/CNt1qdSqvB
— ANI (@ANI) November 28, 2023
ଉଦ୍ଧାର ପରେ ଟନେଲ ବାହାରେ ପୂର୍ବରୁ ନିୟୋଜିତ ଥିବା ଆମ୍ୱୁଲାନ୍ସ ଜରିଆରେ ଶ୍ରମିକଙ୍କୁ ହସ୍ପିଟାଲ ନିଆଯିବ । ହସ୍ପିଟାଲରେ ସବୁ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯିବ ।
wp:html/wp:html#WATCH | Uttarkashi tunnel rescue | Due to the rescue operation, a temporary medical facility has been expanded inside the tunnel. After evacuating the trapped workers, health training will be done at this place. In case of any problem, 8 beds are arranged by the health… pic.twitter.com/ehAXzwd5dV
— ANI (@ANI) November 28, 2023
ଉତ୍ତରକାଶୀ ଜିଲ୍ଲାରେ ଯମୁନୋତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଚାରିଧାମ ସଡ଼କ ପରିଯୋଜନା ପାଇଁ ନିର୍ମାଣଧିନ ସୁଡଙ୍ଗ ନଭେମ୍ୱର ୧୨ ରବିବାର ଭୁଶୁଡି ପଡ଼ିଥିଲା । ଯମୁନୋତ୍ରୀ ହାଇୱେରେ ଧରାସୁରୁ କସୱେ ମଧ୍ୟରେ ସିଲକୟାରାରୁ ପୋଲ ଗାଁ ଯାଏ ୪.୫ କିଲୋମିଟର ଟନେଲ ନିର୍ମାଣ ଜାରି ରହିଛି । ଦୀପାବଳି ଦିନ ଭୋର ଚାରିଟାରରେ ଶିଫ୍ଟି ପରିବର୍ତ୍ତନ ସମୟରେ ସୁଡଙ୍ଗ ମୁହଁରୁ ପ୍ରାୟ ୧୫୦ ମିଟର ଭିତରେ ଟନେଲର ୬୦ ମିଟର ଭାଗ ଭୁଶୁଡି ପଡିବା ଯୋଗୁଁ ୪୧ ଶ୍ରମିକ ଫସି ଯାଇଥିଲେ ।
ଦୁର୍ଘଟଣା ସମୟରେ ଟନେଲ ମୁହଁ ନିକଟରେ ଥିବା ଶ୍ରମିକ ଉପେନ୍ଦ୍ର ପ୍ରଥମେ ଦୁର୍ଘଟଣା ଖବର ଦେଇଥିଲେ । କାମ କରିବା ପାଇଁ ଭିତରକୁ ଯିବା ପରେ ମାଟି ଭୁଶୁଡ଼ିବା ଦେଖି ଉପେନ୍ଦ୍ର ଜୋରେ ପାଟି କରିବା ସହ ଲୋକଙ୍କୁ ଜଣାଇଥିଲେ । ସୁଡଙ୍ଗରୁ ପାଣି ବାହାର କରିବା ପାଇଁ ଲଗାଯାଇଥିବା ଏକ ଚାରି ଇଞ୍ଚ ପାଇପ୍ ଶ୍ରମିକଙ୍କ ପାଇଁ ଲାଇଫ୍ଲାଇନ୍ ପାଲଟିଥିଲା । ଦୁର୍ଘଟଣା ପରେ ଏହି ପାଇପ ଜରିଆରେ ଶ୍ରମିକଙ୍କୁ ଅକ୍ସିଜେନ, ପାଣି ଓ କିଛି ଖାଦ୍ୟ ପଠାଯାଉଥିଲା । ଦୁର୍ଘଟଣାର ୧୦ମ ଦିନରେ ଏକ ଛଅ ଇଞ୍ଚର ପାଇପ୍ ଶ୍ରମିକଙ୍କ ନିକଟ ପହଞ୍ଚିଥିଲା । ଏହାପରେ ସେମାନଙ୍କୁ ଗରମ ଖାଦ୍ୟ ଦିଆଯାଇଥିଲା । ଏହି ପାଇପ୍ ଜରିଆରେ ସୁଡଙ୍ଗ ଭିତରକୁ କ୍ୟାମେରା ପଠାଯାଇଥିଲା ଓ ପ୍ରଥମ ଥର ଭିତର ଦୃଶ୍ୟ ସାମନାକୁ ଆସିଥିଲା ।
କେଉଁ ରାଜ୍ୟରୁ କେତେ ଶ୍ରମିକ
ଝାଡଖଣ୍ଡ-୧୫
ଉତ୍ତର ପ୍ରଦେଶ-୮
ଓଡ଼ିଶା-୫
ବିହାର-୫
ପଶ୍ଚିମବଙ୍ଗ-୩
ଉତ୍ତରାଖଣ୍ଡ-୨
ଆସାମ-୨
ହିମାଚଳ ପ୍ରଦେଶ-୧