ସୁଡଙ୍ଗରେ ୧୦ ଦିନ ହେବ କେମିତି ରହୁଛନ୍ତି ୪୧ ଶ୍ରମିକ ? ପ୍ରଥମଥର ସାମ୍ନାକୁ ଆସିଲା ଭିଡିଓ...

Published By : Prameya-News7 Bureau | November 21, 2023 IST

ଉତ୍ତରକାଶୀ ୨୧।୧୧: ରେସ୍‌କ୍ୟୁ ଅପରେସନ୍‌କୁ ବିତିଲାଣି ୧୦ ଦିନ । ତଥାପି ହୋଇପାରୁନାହାନ୍ତି ୪୧ ଶ୍ରମିକ ଉଦ୍ଧାର ।  ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍‌କୁ ସୋମବାର ମିଳିଛି ବଡ ସଫଳତା ।

{"id":872502,"sizeSlug":"full","linkDestination":"none"}

 ଶ୍ରମିକଙ୍କୁ ପ୍ରଥମଥର ପାଇଁ  ଖାଇବାକୁ ଦିଆଯାଇଛି ଡାଲି ଏବଂ ଖେଚାଡି । ୬ଇଞ୍ଚର ମୋଟା ପାଇପ ଜରିଆରେ ବୋତଲରେ ଭର୍ତ୍ତି କରି ଦିଆଯାଇଛି ଖାଦ୍ୟ । ଏହାମଧ୍ୟରେ ସୁଡଙ୍ଗ ମଧ୍ୟରୁ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି ଭିଡିଓ । ଏଥିରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ କେଉଁ ପରିସ୍ଥିତିରେ ଟନେଲ୍‌ ମଧ୍ୟରେ ରହିଛନ୍ତି ।  

{"id":872503,"sizeSlug":"full","linkDestination":"none"}

ଏହି ସମୟରେ ରେସକ୍ୟୁ ଅପରେସନ୍‌ରେ ଯୋଡି ହୋଇଥିବା ଅଧିକାରୀମାନେ ଓ୍ବକିଟକି ଜରିଆରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଟନେଲ ଭିତରେ ଥିବା ଶ୍ରମିକଙ୍କ ଅବସ୍ଥା ଜାଣିବା ପାଇଁ ପାଇପ ମାଧ୍ୟମରେ ଟନେଲକୁ ଏକ କ୍ୟାମେରା ପଠାଯାଇଛି । ଟନେଲ ଭିତରେ ସ୍ଥିତି କିପରି ରହିଛି ତାହା ଏଥିରେ କଏଦ ହୋଇଛି ।  

{"id":872504,"sizeSlug":"full","linkDestination":"none"}

ଟନେଲରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଜଡିତ କର୍ଣ୍ଣେଲ ଦୀପକ ପାଟିଲ କହିଛନ୍ତି ଯେ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଖାଦ୍ୟ, ମୋବାଇଲ୍ ଫୋନ୍ ଏବଂ ଚାର୍ଜର ପଠାଇବାକୁ ଚେଷ୍ଟା କରାଯାଉଛି । ଟନେଲ୍‌ ଭିତରେ ୱାଇଫାଇ ଲଗାଇବା ପାଇଁ ଚେଷ୍ଟା କରାଯିବ । DRDOର ରୋବଟ ଗୁଡିକ ମଧ୍ୟ କାମ କରୁଛି ।

{"id":872505,"sizeSlug":"full","linkDestination":"none"}

ଟନେଲରେ ଫସି ରହିଥିବା ୪୧ଶ୍ରମିକଙ୍କୁ ଖିଚିଡି ଏବଂ ଡାଲିରେ ଭର୍ତ୍ତି ୨୪ଟି ବୋତଲ ପଠାଯାଇଥିଲା । ୯ଦିନ ପରେ ପ୍ରଥମ ଥର ପାଇଁ ଶ୍ରମିକମାନେ ପେଟପୁରା ଖାଇବାକୁ ପାଇଛନ୍ତି । ଏହା ବ୍ୟତୀତ କମଳା, ସେଓ ଏବଂ ଲେମ୍ବୁ ଜୁସ୍‌ ମଧ୍ୟ ପଠାଯାଇଛି । ମଙ୍ଗଳବାର ଶ୍ରମିକମାନଙ୍କ ନିକଟକୁ ଦଲିଆ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯିବ ।ବର୍ତ୍ତମାନ ପର୍ଯ୍ୟନ୍ତ ପାଇପ୍ ମାଧ୍ୟମରେ କେବଳ ମଲ୍ଟି ଭିଟାମିନ୍, କୁର୍‌କୁରା ଏବଂ ଶୁଖିଲା ଫଳ ପଠାଯାଉଥିଲା । ଏହି ଖାଦ୍ୟକୁ ୬ଇଞ୍ଚ ଚଉଡା ପାଇପ୍ ମାଧ୍ୟମରେ ଶ୍ରମିକମାନଙ୍କ ପାଖକୁ ପଠାଯାଉଛି ।  

wp:embed {"url":"https://www.prameyanews7.com/6-inch-wide-pipe-reached-41-laborers-trapped-in-the-tunnel-now-food-will-be-sent-through-it-only/","type":"wp-embed","providerNameSlug":"prameya-news-7"}
https://www.prameyanews7.com/6-inch-wide-pipe-reached-41-laborers-trapped-in-the-tunnel-now-food-will-be-sent-through-it-only/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.