scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ସପ୍ତାହେ; ଘଟଣାସ୍ଥଳରେ ଅଷ୍ଟ୍ରେଲିଆ ବିଶେଷଜ୍ଞ ଦଳ

18/11/2023 at 12:16 PM

ଡେରାଡୁନ୍: ଟନେଲ ଟ୍ରାଜେଡି ସପ୍ତାହେରେ ପହଞ୍ଚିଲା । ପ୍ରାୟ ୧୪୦ ଘଣ୍ଟା ପରେ ବି ସୁଡ଼ଙ୍ଗ ଭିତରୁ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଶୁକ୍ରବାର ଅତ୍ୟାଧୁନିକ ଡ୍ରିଲି ମେସିନରେ ଡ୍ରିଲିଂ ଚାଲୁଥିବା ବେଳେ ଚଟାଣରୁ ମାଟି ଅତଡ଼ା ଖସିଥିଲା । ଅନ୍ୟପଟେ ମେସିନ୍ ବିୟରିଂ ମଧ୍ୟ ଭାଙ୍ଗିଯାଇଥିଲା । ଫଳରେ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ବିୟରି ମରାମତି କରାଯାଇ ପୁଣି ଥରେ ଡ୍ରିଲିଂ କାର୍ଯ୍ୟକୁ ଆରମ୍ଭ ହୋଇଛି ।

ରେସକ୍ୟୁ ଅପରେସନକୁ ସ୍ପିଡ୍ କରିବା ପାଇଁ ରେଲ୍ ବିକାଶ ନିଗମ ଲିମିଟେଡର ଅଷ୍ଟ୍ରେଲିଆର କାଂସଲ୍‌ଟେସି କମ୍ପାନୀର ସହଯୋଗ ଲୋଡ଼ା ଯାଇଛି । କମ୍ପାନୀର ବିଶେଷଜ୍ଞ ଦଳ ଉତ୍ତରକାଶୀରେ ପହଞ୍ଚି ନିରୀଷଣ କରିଛନ୍ତି । ଅନ୍ୟପଟେ ଇନ୍ଦୋରରୁ ଏୟାର ଲିଫ୍ଟ କରି ଏକ ଡ୍ରିଲିଂ ମେସିନ୍ ଅଣାଯାଇଛି । ଏହି ମେସିନକୁ ସଡକ ପଥରେ ଉତ୍ତରକାଶୀ ନିଆଯାଇବ । ପରେ ଡ୍ରିଲିଂ କାମ ଆରମ୍ଭ ହେବ ।

ସୁଡ଼ଙ୍ଗ ଭିତରେ ୧୭୫୦ ହର୍ସପାଓ୍ବାରର ଔଗର ମେସିନ୍ ଚାଲିବା ଫଳରେ କମ୍ପନ ସୃଷ୍ଟି ହେଉଛି । ଫଳରେ ଟେନର ସନ୍ତୁଳନ ବିଗିଡ଼ି ଯାଇଛି । ବିଭିନ୍ନ ସ୍ଥାନରୁ ମାଟି ଅତଡ଼ା ଖସିବାର ଅଶଙ୍କା ରହୁଛି । ତେଣୁ ଡ୍ରିଲଂ କାମ ରହି ରହି ହେଉଛି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଦିନରାତି ଅଭିଯାନ ଜାରି ରହିଛି । ୮୦୦ ମି.ମି ଓ ୯୦୦ ମି.ମି. ବ୍ୟାସ ବିଶିଷ୍ଟ ଲୁହା ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି ।

ସେପଟେ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ଆଜି ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡିଛି । ସେମାନଙ୍କ ମଧ୍ୟରୁ ଜଣେ ଶ୍ୱାସରୋଗୀ ହୋଇଥିବା ବେଳେ ଅନ୍ୟ ଜଣେ ଡାଇବେଟିସରେ ପୀଡିତ । ପାଇପ ସହାୟତାରେ ସେମାନଙ୍କୁ ନିୟମିତ ଭାବେ ଖାଇବା ପିଇବା ସହ ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି । କେବଳ ଏତିକି ନୁହେଁ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହ ସକାଳେ ଓ ସନ୍ଧ୍ୟାରେ କଥାବାର୍ତ୍ତା ମଧ୍ୟ କରାଇ ଦିଆଯାଉଛି । ଯାହାଫଳରେ କି ସେମାନଙ୍କ ମନୋବଳ ଦୃଢ଼ ରହିବ ।

ସୂଚନାଯୋଗ୍ୟ ଯେ ଗତ ରବିବାର ଅପରାହ୍ନ ୫ଟା ୩୦ରେ ଉତ୍ତରକାଶୀ ଜିଲ୍ଲା ଦେଇ ଯାଇଥିବା ଯମୁନୋତ୍ରୀ ଜାତୀୟ ରାଜପଥରେ ସିଲ୍କୟାରା ଓ ଦଣ୍ଡଲଗାଓଁକୁ ସଂଯୋଗ କରିବା ଲାଗି ନିର୍ମାଣାଧୀନ ଟନେଲ ହଠାତ ଭୁଶୁଡି ପଡିଥିଲା । ଫଳରେ ସେଠାରେ କାର୍ଯ୍ୟ କରୁଥିବା ୪୧ ଜଣ ଶ୍ରମିକ ତା ଭିତରେ ଫସି ରହିଛନ୍ତି ।

   Related Posts