୯୦ ଘଣ୍ଟା ଟପିଲା ରେସକ୍ୟୁ ଅପରେସନ; ନିରୀକ୍ଷଣ କରିବେ କେନ୍ଦ୍ର ପରିବହନ ଓ ରାଜମାର୍ଗ ରାଷ୍ଟ୍ରମନ୍ତ୍ରୀ

Published By : Prameya-News7 Bureau | November 16, 2023 IST

ଡେରାଡୁନ୍: ଯମୁନେତ୍ରୀ ଜାତୀୟ ରାଜପଥରେ ସୁଡ଼ଙ୍ଗ ଭିତରୁ ୪୦ ଶ୍ରମିକଙ୍କୁ ଉଦ୍ଧାର ପାଇଁ ୯୦ ଘଣ୍ଟାରୁ ଅଧିକ ସମୟ ହେଲା ରେସକ୍ୟୁ ଅପରେସନ ଜାରି ରହିଛି । ଏଥିପାଇଁ ବାୟୁସେନା ବିମାନରେ ଦିଲ୍ଲୀରୁ ହେଭୀ ଡ୍ରିଲିଙ୍ଗ ମେସିନ୍ ଅଣା ଯାଇଛି । ଗୁରୁବାର ରାତି ସୁଦ୍ଧା ଫସିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ସୂଚନା ମିଳିଛି ।

ସିଲକ୍ୟାରା ଟନେଲରେ ନୂଆ ଜ୍ୟାକ୍ ଆଣ୍ଡ୍ ପୁସ୍ ଅର୍ଥ ଆଁଗର ମେସିନ୍ ଇନଷ୍ଟଲାସନ କରାଯାଇଛି । ଖୁବ୍ ଶୀଘ୍ର ଡ୍ରିଲିଙ୍ଗ କରାଯିବ । ମେସିନ୍ ପ୍ରଭାରୀ କର୍ଣ୍ଣେଲ୍ ଦୀପକ ପାଟିଲଙ୍କ କହିବା ଅନୁଯାୟୀ,  ଆମେରିକାରେ ପ୍ରସ୍ତୁତ ହୋଇଥିବା ଏହି ଜ୍ୟାକ୍ ଆଣ୍ଡ୍ ପୁସ୍ ଅର୍ଥ ଆଁଗର ମେସିନ୍ ପୁରୁଣା ମେସିନ ଠାରୁ ଅତ୍ୟାଧୁନିକ । ଏହା ଦ୍ରୁତଗତିରେ କାମ କରିବ । ସେପଟେ ଉଦ୍ଧାର କାର୍ଯ୍ୟରେ ମଲ୍ଟି ଅପରେସନ ଟିମ୍ ମଧ୍ୟ ସାମିଲ ହୋଇଛି । ଏହାଛଡ଼ା ବାୟୁସେନା ଓ ସ୍ଥଳସେନା ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

wp:embed {"url":"https://www.prameyanews7.com/china-launch-world-fastest-internet-service-ttec/","type":"wp-embed","providerNameSlug":"prameya-news-7"}
https://www.prameyanews7.com/china-launch-world-fastest-internet-service-ttec/
/wp:embed

ସିଲକ୍ୟାରା ଟନେଲରେ ଭୂସ୍ଖଳନ ହେବା ପରେ ଏନଏଚଆଇଡିସିଏଲ୍ ପକ୍ଷରୁ ରେସକ୍ୟୁର ଭିଡିଓ ରେକର୍ଡିଂ କରାଯାଉଛି । ଏହା ଦ୍ବାରା ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉପରେ ନଜର ରଖାଯାଇ ପାରୁଛି । ସେହିପରି ଷ୍ଟିଲ୍ ପାଇପ୍ ଦ୍ବାରା ଖାଦ୍ୟ, ପାନୀୟ ଓ ଅମ୍ଲଜାନ ପଠାଯାଉଛି । ଅନ୍ୟପଟେ ଏହି ରେସକ୍ୟୁ ଅପରେସନର ନିରୀକ୍ଷଣ କରିବେ କେନ୍ଦ୍ର ପରିବହନ ଓ ରାଜମାର୍ଗ ରାଜ୍ୟ ମନ୍ତ୍ରୀ ଜେନେରାଲ୍ ବିକେ ସିଂହ । ସିଲକ୍ୟାରାର ଦୁର୍ଘଟଣା ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିବେ ।

wp:embed {"url":"https://www.prameyanews7.com/assembly-election-2023-updates-chhattisgarh-madhya-pradesh-polls-schedule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/assembly-election-2023-updates-chhattisgarh-madhya-pradesh-polls-schedule/
/wp:embed

କୁହାଯାଉଛି, ୫୦ ମିଟର ପର୍ଯ୍ୟନ୍ତ ସୁଡ଼ଙ୍ଗ ଧସିଛି । ଧ୍ବଂସାବଶେଷ ଯୋଗୁ ଟନେଲ ଭିତରେ ବାଟ ବନ୍ଦ ହୋଇଯାଇଛି । ଏନଡିଆରଏଫ୍, ଏସଡିଆରଏଫ, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ଆଦି ମୋଟ୍ ୨୦୦ରୁ ଅଧିକ ଲୋକ ଏକ ଟିମ୍ ବନାଇ ଉଦ୍ଧାର କାମରେ ଲାଗିଛନ୍ତି ।  ଚିନ୍ତାର ବିଷୟ ଏହିକି ଯେ, ସୁଡ଼ଙ୍ଗ ଭିତରେ କିଛି ଅଂଶ ଅତ୍ୟନ୍ତ ଦୁର୍ବଳ ରହିଛି । ଫଳରେ ଡ୍ରିଲିଂ ବେଳେ ମାଟି ଅତଡା ଖସୁଥିବା ସୂଚନା ମିଳିଛି । ଗତ ବୁଧବାର ଟନେଲ୍ ଖୋଳାଯାଇଥିବା ବେଳେ ଭୂସ୍ଖଳନ ହୋଇଥିଲା । ଏଥିର କାମ କରୁଥିବା ୪୦ ଶ୍ରମିକ ଫସିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.