ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସିଲକ୍ୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରାୟସ ଚଳାଇନ୍ତି ବିଭିନ୍ନ ଉଦ୍ଧାରକରୀ ଦଳ । ସୋମବାର ରାଟ୍ ହୋଲ୍ ମାଇନିଂ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ମାନୁଆଲ୍ ଡ୍ରିଲିଂ ଆରମ୍ଭ କରିଛନ୍ତି । ହାତରେ ଖୋଳିବାକୁ ଆଉ ମାତ୍ର ୬ରୁ ୭ ମିଟର ରହିଥିବା ବେଳେ ଏପଟେ ପାହାଡ଼ ଉପରପଟୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ଉପରରୁ ସମାନ୍ତରଣ ଡ୍ରିଲିଂ ଏପର୍ଯ୍ୟନ୍ତ ୫୨ ମିଟର ହୋଇଥିବା ସୂଚନା ମିଳିଛି ।
wp:html/wp:html wp:embed {"url":"https://www.prameyanews7.com/uttarkashi-silkyara-tunnel-collapse-rescue-operation-manual-vertical-drilling-start/","type":"wp-embed","providerNameSlug":"prameya-news-7"} /wp:embed#WATCH | Uttarakashi (Uttarakhand) tunnel rescue | CM Pushkar Singh Dhami says, "Almost 52 metres has been done (pipe inserted). It is expected that there will be a breakthrough around 57 metres. 1 metre of the piple was pushed in before me, if 2 metres more of it is pushed in it… pic.twitter.com/cwVSYLtp8x
— ANI (@ANI) November 28, 2023
ରେସକ୍ୟୁ ଅପରେସନରେ ନିୟୋଜିତ ଥିବା ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁଡ଼ଙ୍ଗରେ ଅବରୋଧ ହୋଇଥିବା ଅଞ୍ଚଳରୁ ୧୦-୧୨ ମିଟର ଧ୍ବଂସାବଶେଷ ସଫା କରିବାକୁ ରାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କ ସହଯ୍ୟ ନିଆଯାଉଛି । ଅଗର ମେସିନ୍ ଭାଙ୍ଗିବା ପରେ ଉଦ୍ଧାର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ରବିବାର ଠାରୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ପାହାଡ଼ ଉପରେ ଏପର୍ଯ୍ୟନ୍ତ ୫୨ ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ୧.୨ ମିଟର ବ୍ୟାସରେ ଡ୍ରିଲିଂ ହେଉଛି । ଆଉ ୩୪ ମିଟର ଖୋଳା ଶେଷ ହେବା ପରେ ସଫଳତା ମିଳିବ । ଏଥିରେ ପାଇଁ ଆହୁରୁ ୪୦-୫୦ ଘଣ୍ଟା ସମୟ ଲାଗିବ । ଦ୍ବିତୀୟ ଗର୍ତ୍ତ ତଥା ୮ମି.ମି ବ୍ୟାସ ବିଶିଷ୍ଟ ହୋଲ୍ ଏପର୍ଯ୍ୟନ୍ତ ୭୮ ମିଟର ଡ୍ରିଲିଂ ସରିଛି । ଆଉ ମାତ୍ର ୧୦ ମିଟର ପରେ ଏହା ଶ୍ରମିକଙ୍କ ନିକଟରେ ପହଞ୍ଚିଯିବ । ଫଳରେ ସଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ।
wp:html/wp:html wp:embed {"url":"https://www.prameyanews7.com/low-pressure-formed-to-cyclone-formed-move-to-south-odisha/","type":"wp-embed","providerNameSlug":"prameya-news-7"} /wp:embed#WATCH उत्तराखंड: उत्तरकाशी सुरंग हादसे में बचाव अभियान अभी भी जारी है जहां 41 श्रमिक फंसे हुए हैं।
— ANI_HindiNews (@AHindinews) November 28, 2023
सुरंग के अंदर मैनुअल ड्रिलिंग जारी है और पाइप को धकेलने के लिए ऑगर मशीन का उपयोग किया जा रहा है। अब तक करीब 2 मीटर मैनुअल ड्रिलिंग का काम पूरा हो चुका है। pic.twitter.com/QHOf5ljmSG
ଅନ୍ୟପଟେ ରାଟ୍ ହୋଲ୍ ମାଇନିଂ ବିଶେଷଜ୍ଞ ଦ୍ବାରା ଭିତରପଟୁ ମାନୁଆଲ୍ ଡ୍ରିଲିଂ କରାଯାଉଛି । ଗୋଟିଏ ଦିନରେ ୧.୬ ମିଟର ହୋଲ୍ କରି ପାଇପ୍ ଭର୍ତ୍ତି କରାଯାଇଛି । ଏହି ଭଳି ୧୨ ମିଟର ହାତରେ ଖୋଳାହେବ । ଟନେଲରୁ ଶ୍ରମିକଙ୍କୁ ବାହାର କରିବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ଏପଟେ ଶ୍ରମିକଙ୍କ ପରିବାର ଲୋକଙ୍କୁ ମଧ୍ୟ ଡକରା ହୋଇଛି । ଆମ୍ବୁଲାନ୍ସ, ମେଡିକାଲ ଟିମ୍ ପ୍ରସ୍ତୁତ ହୋଇଛନ୍ତି । ଜରୁରୀକାଳୀନ ସ୍ଥିତି ପାଇଁ ହେଲିକପ୍ଟର ମଧ୍ୟ ମୁତୟନ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।