scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମୁଦ୍ର କୂଳରେ ଉତ୍ତରନ୍ ଫେମ୍ ଅଭିନେତ୍ରୀ : ଭାଇରାଲ୍ ହେଲା ବୋଲ୍ଡ ଫଟୋ

8/02/2020 at 4:03 PM

ମୁମ୍ବାଇ ୮/୨: ଟିଭି ଅଭିନେତ୍ରୀ ଟିନା ଦତ୍ତାଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ। ସେ ସୋସିଆଲ ମିଡିଆରେ ସବୁବେଳେ ବୋଲ୍ଡ ଫଟୋ ସେୟାର କରିଥାଆନ୍ତି। ଏବେ ଟିନା ଇନଷ୍ଟାଗ୍ରାମରେ ତାଙ୍କର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି।

ଫଟୋରେ ଟିନା ସମୁଦ୍ର କୂଳରେ ବସିଥିବା ନଜର ଆସିଛନ୍ତି। ସେ ଗ୍ରେ କଲରର ହାଲ୍ଟର ଡ୍ରେସ୍ ପିନ୍ଧିଛନ୍ତି। ମ୍ୟାଚିଙ୍ଗ୍ ହ୍ୟାଟ୍,ନ୍ୟୁଡ ଲିପଷ୍ଟିକ୍ ଲଗାଇ ଟିନା ଷ୍ଟନିଙ୍ଗ୍ ଦେଖାଯାଉଛନ୍ତି।

ଫଟୋ ସେୟାର କରି ଟିନା ଲେଖିଛନ୍ତି- ‘ସୂର୍ଯ୍ୟାସ୍ତ ସମୟରେ ସମୁଦ୍ର କୂଳ ତୁଳନାରେ ଆଉ କିଛି ଅଧିକ ସୁନ୍ଦର ହୋଇପାରିବ ନାହିଁ।

କାମ କଥା କହିବା ଯଦି ଟିନା ମାତ୍ର ୫ବର୍ଷ ବୟସରେ ଆକ୍ଟିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ। ସିଷ୍ଟର ନିବେଦିତା ସିରିଆଲରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।

‘ଉତ୍ତରନ’ ଧାରାବାହିକରୁ ତାଙ୍କୁ ଘରେ ଘରେ ପରିଚୟ ମିଳିଥିଲା। ଏହି ଶୋ ରେ ତାଙ୍କ ଆକ୍ଟିଙ୍ଗକୁ ଖୁବ୍ ପସନ୍ଦ କରାଯାଇଥିଲା। ଏହା ପରେ ସେ ସିରିଆଲ ଡାୟନରେ ନଜର ଆସିଥିଲେ।

ଟିନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏକ ସାକ୍ଷାତକାରରେ ସେ ତାଙ୍କ ରିଲେସନଶିପକୁ ନେଇ ଖୁଲାସା କରିଥିଲେ। ସେ କହିଥିଲେ ଯେ ସେ ୫ବର୍ଷ ଯାଏଁ ଅପମାନଜନକ ସମ୍ପର୍କରେ ଥିଲେ। ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ମାରପିଟ କରୁଥିଲେ।

   Related Posts