ଉତ୍ତରକାଶୀରେ ଟନେଲ୍‌ ଟ୍ରାଜେଡି, ଫସିଛନ୍ତି କରଞ୍ଜିଆର ରାଜୁ ନାଏକ

Published By : Prameya-News7 Bureau | November 14, 2023 IST

କରଞ୍ଜିଆ ୧୪।୧୧ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଛି ଅଭାବନୀୟ ଘଟଣା । ଉତ୍ତରକାଶୀର ଏକ ନିର୍ମାଣାଧିନ ଟନେଲ୍ ଭୁଶୁଡିବାରୁ ସେଠାରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ଶ୍ରମିକ ଓଡିଶାର ଶ୍ରମିକ ବୋଲି ଜଣାପଡିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗାଁର ରହିଛନ୍ତି ଜଣେ ଶ୍ରମିକ। ସେ ହେଉଛନ୍ତି କୁଲଡିହା ଗାଁର ମୁଚିରାମ ନାଏକଙ୍କ ବଡ଼ ପୁଅ ରାଜୁ ନାଏକ ।

{"id":869403,"sizeSlug":"full","linkDestination":"none"}

ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଟନେଲରେ ସମସ୍ତ ଶ୍ରମିକ ଫସି ରହିଥିବ ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟନେଲ ଭିତରେ ଅକ୍ସିଜେନ ଓ ଖାଦ୍ୟ ଦିଆଯାଇଥିବାର ସୂଚନା ରହିଛି। ଟନେଲରେ ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ସାଥି ଶ୍ରମିକ।

{"id":869404,"sizeSlug":"full","linkDestination":"none"}

ସେପଟେ ଫୋନ ମାଧ୍ୟମରେ ଖବର ପାଇ କୁଲଡ଼ିହା ସ୍ଥିତ ରାଜୁ ନାଏକଙ୍କ ଘରେ ଏକ ପ୍ରକାର ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ଖବର ପାଇବା ପରେ ରାଜୁଙ୍କ ବାପା-ମାଆ, ଭାଇ-ଭଉଣୀ ଓ ଜେଜେମାଙ୍କ ସମେତ ଅନ୍ୟ ସମ୍ପର୍କୀୟ ମାନେ କିପରି ରାଜୁ ଭଲରେ ଘରକୁ ଫେରିଆସିବ ସେନେଇ ଆଶା ବାନ୍ଧି ରହିଛନ୍ତି। ଖବର ପାଇବା ପରେ ପୁଅ ଚିନ୍ତାରେ ଘରେ ଖାଇବା ପିଇବା ବନ୍ଦ ହୋଇଯାଇଛି । ରାଜୁର ଜେଜେମା ମଧ୍ୟ ଏହି ବୃଦ୍ଧ ଅବସ୍ଥାରେ ନ ଖାଇ ନ ପିଇ  ନାତିର ଫେରିବା ବାଟକୁ ଚାହିଁ ବସିଛନ୍ତି। ପୁଅକୁ ନେଇ ପରିବାର ଓ ପାଖ ପଡୋଶୀ ଲୋକେ ଚିନ୍ତିତ ଥିବା ଦେଖିବାକୁ ମିଳିଛି।

wp:embed {"url":"https://www.prameyanews7.com/irfan-pathans-prediction-the-final-match-between-india-and-south-africa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/irfan-pathans-prediction-the-final-match-between-india-and-south-africa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.