କାହିଁକି କେବଳ ପୁଅ ଗିରଫ, ଝିଅଙ୍କୁ କାହିଁକି ଛାଡ୍ ? କିଶୋର-କିଶୋରୀଙ୍କ ପ୍ରେମ ମାମଲାରେ ସରକାରଙ୍କୁ ପ୍ରଶ୍ନ କଲେ ହାଇକୋର୍ଟ

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହାଇକୋର୍ଟ ଏପରି ଏକ ପ୍ରଶ୍ନ ପଚାରିଛନ୍ତି, ଯାହା ଅଧିକାଂଶ ସମୟରେ ଲୋକଙ୍କ ମନକୁ ଆସିଥାଏ । ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ କିଶୋର-କିଶୋରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ କେବଳ ନାବାଳକକୁ କାହିଁକି ଗିରଫ କରାଯାଉଛି ଏବଂ ଝିଅକୁ ଛାଡ଼ି ଦିଆଯାଉଛି ? ଖବର ଅନୁସାରେ, ଉତ୍ତରାଖଣ୍ଡ ହାଇକୋର୍ଟ ନାବାଳିକାଙ୍କ ସହ ପ୍ରେମ ଏବଂ ଅନ୍ୟ ଗତିବିଧିରେ ସାମିଲ ନାବାଳକଙ୍କ ଗିରଫ ବିରୋଧରେ ଜନସ୍ୱାର୍ଥ ମାମଲାର ଶୁଣାଣି କରୁଥିଲେ । ଯାଚିକା ଉପରେ ବିଚାର-ବିମର୍ଶ କରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏହା ସ୍ପଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏପରି ଗତିବିଧିରେ ସାମିଲ ପୁଅକୁ ହିଁ କାହିଁକି ଗିରଫ କରାଯାଉଛି, ଅନ୍ୟପଟେ ଝିଅକୁ ଛଡ଼ାଯାଉଛି।

ଆଇନଜୀବୀ ମନୀଷ ଭଣ୍ଡାରୀଙ୍କ ଦ୍ୱାରା ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ୍ ରିତୁ ବାହରୀ ଏବଂ ଜଷ୍ଟିସ୍ ରାକେଶ ଥପଲିୟାଲ କରିଛନ୍ତି । ଯାଚିକାରେ କୁହାଯାଇଛି ଯେ କିଶୋର-କିଶୋରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସହ ଜଡ଼ିତ ମାମଲାରେ ସବୁବେଳେ ପୁଅକୁ ଦୋଷୀ ଧରା ଯାଇଥାଏ । ଜନସ୍ୱାର୍ଥ ଯାଚିକାରେ କୁହାଯାଇଛି ଯେ ଏପରି କି ଯେତେବେଳେ ଝିଅ ବଡ଼ ହୋଇଥାଏ, ସେତେବେଳେ ବି ପୁଅକୁ ହି ହେପାଜତକୁ ନିଆଯାଇଥାଏ ଏବଂ ଅପରାଧୀ ଧରାଯାଇଥାଏ । ପ୍ରେମ ପ୍ରସଙ୍ଗ ସହ ଜଡ଼ିତ ମାମଲାରେ ପୁଅ ହିଁ ଶେଷରେ ନିଜକୁ ଜେଲରେ ପାଇଥାଏ, ମାତ୍ର ତାକୁ ଧରିବା ବଦଳରେ ପରାମର୍ଶ ଦିଆଯିବା ଦରକାର ।

ଶୁଣାଣି ସମୟରେ ଏହା ମଧ୍ୟ ସାମନାକୁ ଆସିଥିଲା ଯେ ୨୦ ନାବାଳକ ଏବେ ବି ଏପରି ଅଭିଯୋଗରେ ହେପାଜତରେ ଅଛନ୍ତି । କୋର୍ଟ ଯାଚିକାକୁ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ରାଜ୍ୟ ଏହି ବିଷୟରେ ବିଚାର କରିପାରିବ ଯେ ଧାରା ୧୬୧ ଅଧିନରେ ପୁଅର ବୟାନ ରେକର୍ଡ କରିବା ପର୍ଯ୍ୟାପ୍ତ ହେବ ? ଗିରଫଦାରୀର ଆବଶ୍ୟକତା କଣ ଜରୁରୀ । କୋର୍ଟ ପରାମର୍ଶ ଦେଇଛନ୍ତି ଯେ ଅତି ବେଶିରେ ନାବାଳକକୁ ଏହିପରି କାର୍ଯ୍ୟରେ ଲିପ୍ତ ନ ହେବା ପାଇଁ ପରାମର୍ଶ ଦିଆଯାଇପାରିବ, କିନ୍ତୁ ଗିରଫ ନକରାଯିବା ଦରକାର । ଏହା ବ୍ୟତୀତ କୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ ରାଜ୍ୟରେ ଏପରି ସ୍ଥିତିରେ ପୋଲିସ ବିଭାଗ ଆଦେଶର ପାଳନ ପାଆଇଁ ଏକ ବ୍ୟାପକ ମାର୍ଗ-ଦର୍ଶିକା ଜାରି କରିପାରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.