ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କ ପରଲୋକ, ସରକାରୀ ଶୋକ ଘୋଷଣା କଲେ ରାଜ୍ୟ ସରକାର

Published By : Prameya-News7 Bureau | June 05, 2019 IST

ଡେରାଡୁନ ୫।୬:  ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶପନ୍ଥଙ୍କର ବୁଧବାର ପରଲୋକ ହୋଇଛି। ଦୀର୍ଘ ଦିନରୁ ଅସୁସ୍ଥ ପନ୍ଥ ଆମେରିକା ୟୁନିଭର୍ସିଟି ଅଫ ଟେକ୍ସାସର ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଖବରକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ ଗଭୀର ଶୋକବ୍ୟକ୍ତ କରିବା ସହ ରାଜ୍ୟରେ ୩ ଦିବସୀୟ ସରକାରୀ ଶୋକ ଘୋଷଣା କରିଛନ୍ତି।

wp:html /wp:html

ଗୁରୁବାର ଅର୍ଥାତ ଜୁନ ୬ ତାରିଖରେ ଉତ୍ତରାଖଣ୍ଡର ସମସ୍ତ ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ ସମେତ ପ୍ରତିଷ୍ଠାନ ବନ୍ଦ ରହିବ। ପ୍ରକାଶ ପନ୍ଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକପ୍ରକାଶ କରିଛନ୍ତି। ଏକ ଟ୍ବିଟ୍ ବାର୍ତାରେ ମୋଦି ଶୋକ ପ୍ରକାଶ କରିବା ସହ ପନ୍ଥଙ୍କ ସଙ୍ଗଠନାତ୍ମକ କୌଶଳ ଯୋଗୁ ଉତ୍ତରାଖଣ୍ଡରେ ବିଜେପି ମଜଭୁତ ହୋଇପାରିଥିବା କହିଛନ୍ତି। ପନ୍ଥ ନିଶ୍ବାସପ୍ରଶ୍ବାସ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ତାଙ୍କୁ ଗତ କିଛି ମାସ ହେଲା ଆମେରିକାର ଟେକ୍ସାସ ୟୁନିଭର୍ସିଟି ଅନ୍ତର୍ଗତ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.