oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ, କିଏ ହେବେ ପରବର୍ତ୍ତୀ ସିଏମ୍‌ ? ଜୋର ଧରିଛି ଚର୍ଚ୍ଚା

9/03/2021 at 4:31 PM

ଡେରାଡୁନ୍‌ ୦୯/୦୩ : ଉତ୍ତରାଖଣ୍ଡ ସିଏମ୍ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟାଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ତ୍ରିବେନ୍ଦ୍ର ସିଂହ ରାଓ୍ବତ ।

ବିଜେପିରେ ଅନେକ ବିଧାୟକ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ବିରୁଦ୍ଧରେ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିବା ପରେ ତାଙ୍କର ମୁଖ୍ୟମନ୍ତ୍ରୀ ଚୌକି ଟଳମଳ ହେଉଥିଲା । ଏହା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଗତ ୨ ଦିନ ହେଲା ଉତ୍ତରାଖଣ୍ଡରେ ମାନସମନ୍ଥନ ଜାରି ରଖିଥିଲେ । ଏଥିରୁ ସ୍ପଷ୍ଟ ବାରିହେଉଥିଲା ଯେ, ଉତ୍ତରାଖଣ୍ଡ ରାଜନୀତିରେ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଶେଷରେ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂହ ରାଓ୍ବତ ।

ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଖୁବଶୀଘ୍ର ବିଧାୟକ ଦଳ ବୈଠକ ଡକାଯିବ ବୋଲି ସୂଚନା ମିଳିଛି । ନୂଆ ମୁଖ୍ୟମନ୍ତ୍ରୀ ରେସ୍‌ରେ ରାଜ୍ୟସଭା ସାଂସଦ ଅନିଲ ବଲୁନୀ, ନୈନିତାଲର ସାଂସଦ ଅଜୟ ଭଟ୍ଟ ଏବଂ ଧନ ସିଂହ ରାଓ୍ବତଙ୍କ ନାଁ ଆଗରେ ରହିଛି । ଉତ୍ତରାଖଣ୍ଡର ଏହି ୩ ହେଭିଓ୍ବେଟ୍‌ଙ୍କ ମଧ୍ୟରୁ  ଜଣଙ୍କୁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଉତ୍ତରାଖଣ୍ଡରେ ମୋଟ ୭୦ ବିଧାୟକଙ୍କ ମଧ୍ୟରୁ କେବଳ ବିଜେପି ବିଧାୟକଙ୍କ ସଂଖ୍ୟା ହେଉଛି ୫୬ । ସେହିପରି ବିରୋଧୀ କଂଗ୍ରେସ ନିକଟରେ ୧୧ ବିଧାୟକ ଏବଂ ୨ ଜଣ ସ୍ବାଧୀନ ବିଧାୟକ ଅଛନ୍ତି । ଏହା ବାଦ ଉତ୍ତରାଖଣ୍ଡରେ ବର୍ତ୍ତମାନ ଗୋଟିଏ ସିଟ୍‌ ଖାଲିଅଛି । ତେବେ ବିଜେପିର ଶାସନ ଗାଦି ଉପରେ ସଂଖ୍ୟା ଖେଳର କୌଣସି ପ୍ରଭାବ ପଡିବନାହିଁ । କିନ୍ତୁ ରାଜ୍ୟରେ ବିଜେପିର ଗୋଷ୍ଠୀ କନ୍ଦଳ ଯେ ତୀବ୍ର ହେବାରେ ଲାଗିଛି ଏଥିରେ ସନ୍ଦେହ ନାହିଁ ।

   Related Posts