ଉତ୍ତରାଖଣ୍ଡ ୟୁସିସି ବିଧେୟକ ବିଧାନସଭାରେ ପାରିତ, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ

Published By : Prameya-News7 Bureau | February 07, 2024 IST

ଡେରାଡୁନ: ଡେରାଡୁନ: ଏକକ ନାଗରିକ ସଂହିତା ଅର୍ଥାତ ୟୁନିଫର୍ମ ସିଭିଲ୍ କୋଡ୍(ୟୁସିସି) ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଛି । ମଙ୍ଗଳବାର ଗୃହରେ ୟୁସିସି ବିଧେୟକକୁ ଉପସ୍ଥାପନ କରାଯାଇଥିଲା । ଦୁଇ ଦିନ ଧରି ଏହା ଉପରେ ଚର୍ଚ୍ଚା ଚାଲିବା ପରେ ସରକାର ବୁଧବାର ୟୁସିସି ବିଧେୟକକୁ ବହୁମତରେ ପାରିତ କରିଛନ୍ତି । ବିଜେପି ଏବଂ କଂଗ୍ରେସ ବିଧାୟକ ବିଲ୍ ଉପରେ ଚର୍ଚ୍ଚା ବେଳେ ପ୍ରବଳ ଆରୋପ-ପ୍ରତ୍ୟାରୋପ କରିଥିଲେ । ଏହା ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟରେ ପରିଣତ ହେବ ଯେଉଁଠି ୟୁସିସି ଲାଗୁ ହେବ।

ଉତ୍ତରାଖଣ୍ଡ ବାଚସ୍ପତି ଋତୁ ଖଣ୍ଡୁଡୀ କହିଛନ୍ତି ଯେ ୟୁସିସି ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ । ସେ କହିଛନ୍ତି ଯେ ଗୃହରେ ପାରିତ ହେବା ପରେ ପ୍ରଥମ ଏହାକୁ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ପଠାଯିବ ଏବଂ ଏହାପରେ ରାଜ୍ୟପାଳ ଏହି ବିଲକୁ ମଞ୍ଜୁରୀ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବେ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଉତ୍ତରାଖଣ୍ଡରେ ଲାଗୁ ହୋଇଯିବ ।

ୟୁସିସିର ପ୍ରମୁଖ ସୁପାରିଶ

୧ - ବିବାହ ପାଇଁ ଝିଅଙ୍କ ବୟସ ୧୮ ବର୍ଷ ଓ ପୁଅ ବୟସ ୨୧ ବର୍ଷ ରହିବ

୨- ବିବାହର ପଞ୍ଜୀକରଣ ବାଧ୍ୟତାମୂଳକ

୩ - ପତି-ପତ୍ନୀ ଉଭୟଙ୍କ ତଲାକର ସମାନ କାରଣ ଓ ଆଧାର ଦେବା ଜରୁରୀ। ତଲାକର ଆଧାର ସ୍ଵାମୀ ଓ ସ୍ତ୍ରୀ ପାଇଁ ସମାନ ରହିବ।

୪ - ପତ୍ନୀ ଜୀବିତ ଥାଉ ଥାଉ ଦ୍ଵିତୀୟ ବିବାହ ହୋଇ ପାରିବ ନାହିଁ। ଅର୍ଥାତ ବହୁ ବିବାହ ଉପରେ ରୋକ୍ ଲାଗିବ।

୫ - ଉତ୍ତରାଧିକାରରେ ପିଲାଙ୍କ ପରି ଝିଅର ମଧ୍ୟ ସମାନ ଅଧିକାର ରହିବ।

୬ - ଲିଭ୍ ଇନ ରିଲେସନସିପରେ ରହିଲେ ଘୋଷଣାନାମା ଦରକାର। ଏହା ସେଲ୍ଫ ଡିକ୍ଲେରେସନ ପରି ରହିବ।

୭ - ଅନୁସୂଚିତ ଜନଜାତିର ଲୋକେ ୟୁସିସିର ପରିଧିରୁ ବାହାରେ ରହିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.