ଲବ-କୁଶ ଏବେ ଭିନ୍ନ ଅବତାରରେ: ଜଣେ ଏବେ ନାମକରା ଅଭିନେତା ଏବଂ ଅନ୍ୟଜଣେ ଆମେରିକୀୟ କମ୍ପାନୀରେ ସିଇଓ
7/05/2020 at 8:26 PM

ମୁମ୍ବାଇ ୭/୫: କରୋନା ଭାଇରସ୍ ଯୋଗୁଁ ଦେଶ ସାରା ଲକଡାଉନ୍ ଚାଲିଛି ଯେଉଁଥିପାଇଁ ସବୁ ପ୍ରକାର ସୁଟିଂ ବନ୍ଦ ରହିଛି। ଏପରି ପରିସ୍ଥିତିରେ ଘରେ ବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଇଁ ରାମାୟଣ,ଉତ୍ତର ରାମାୟଣ ଏବଂ ମହାଭାରତ ଭଳି ପୁରୁଣା ହିଟ୍ ଶୋ ଟେଲିକାଷ୍ଟ କରାଯାଉଛି।

ଉତ୍ତର ରାମାୟଣ ରିଟେଲିକାଷ୍ଟ ହୋଇଥିଲେ ବି ଟିଆରପି ଲିଷ୍ଟରେ ଦମଦାର ପ୍ରଦର୍ଶନ କରିଛି। ଶୋ କୁ ଫ୍ୟାନ୍ସଙ୍କ ଭଲ ପାଇବା ମିଳୁଛି ଏବଂ ସମସ୍ତେ ଲବ କୁଶଙ୍କ ଖୁବ୍ ପ୍ରଶଂସା କରୁଛନ୍ତି।
ତେବେ ଆଜି ଆମେ ଜାଣିବା ୮୦ଦଶକରେ ପରଦାରେ ଏପରି ଦମଦାର ଅଭିନୟ କରୁଥିବା ଏହି ଷ୍ଟାରମାନେ ଏବେ କେଉଁଠି ଅଛନ୍ତି,

ମୟୁରେଶ କ୍ଷେତ୍ରାମଦେ ଲବଙ୍କ ଭୂମିକାରେ ନଜର ଆସିଥିଲେ। ମୟୁରେଶ ଏଥିରେ ଦମଦାର ଅଭିନୟ କରିଥିଲେ। କିନ୍ତୁ ଉତ୍ତର ରାମାୟଣ ପରେ ସେ ନିଜ ପାଠପଢ଼ାରେ ଲାଗିଯାଇଥିଲେ। ମୟୁରେଶ ଏବେ ଆମେରିକାରେ ଅଛନ୍ତି ଏବଂ କମିଶନ ଜଙ୍କସନ୍ ଏଫିଲିଏଟ ନାମକ କମ୍ପାନୀର ସିଇଓ ହୋଇଛନ୍ତି। ସେ ତାଙ୍କ ପରିବାର ସହ ସେଟଲ୍ ହୋଇଯାଇଛନ୍ତି।

ମୟୁରେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି,‘ ସେ ୫ବର୍ଷ ବୟସରୁ ଅଭିନୟ କରିଥିଲେ। ଉତ୍ତର ରାମାୟଣରେ ଅଭିନୟ କରିବା ସମୟରେ ତାଙ୍କୁ ମାତ୍ର ୧୨ବର୍ଷ ହୋଇଥିଲା। ସେ ୧୯୯୯ମସିହାରେ ଅଭିନୟ ଛାଡ଼ି ଆମେରିକା ଚାଲି ଆସିଥିଲେ। ମୟୁରେଶ ରାମାନନ୍ଦ ସାଗର ଏବଂ ଉତ୍ତର ରାମାୟଣର ପୂରା ୟୁନିଟକୁ ଧନ୍ୟବାଦ ଦେଇଛନ୍ତି।

ସେହିପରି କୁଶ ଭୂମିକାରେ ଅଭିନୟ କରିଥିଲେ ସ୍ବପ୍ନିଲ ଜୋଶୀ। ସ୍ବପ୍ନିଲ ହିନ୍ଦୀ ଏବଂ ମରାଠୀ ସିନେମାର ଏକ ବଡ଼ ନାଁ। ସ୍ବପ୍ନିଲ କୁଶ ବ୍ୟତୀତ ଶ୍ରୀକୃଷ୍ଣ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।
