ଦିଲ୍ଲୀ ପରେ ଏବେ ଯୋଗୀ ସରକାର ବଢାଇଲେ ପେଟ୍ରୋଲ୍-ଡିଜେଲ୍ ଦର, ମଦ ବି ହେଲା ମହଙ୍ଗା

Published By : Prameya-News7 Bureau | May 06, 2020 IST

ଲକ୍ଷ୍ନୌ ୦୬।୦୫: ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି କରିଛନ୍ତି। ଏହା ସହିତ ରାଜ୍ୟରେ ମଦ ଦାମ ମଧ୍ୟ ବଢାଯାଇଛି। ବୁଧବାର ଯୋଗୀ କ୍ୟାବିନେଟ୍‌ ଏହି ଦୁଇ ପ୍ରସ୍ତାବକୁ  ପାରିତ କରିଛନ୍ତି ଏବଂ ନୂତନ ଦର ତୁରନ୍ତ ଲାଗୁ କରିଛନ୍ତି। କରୋନା କାରଣରୁ ରାଜ୍ୟ ରାଜକୋଷ ବିପୁଳ କ୍ଷତି ସହିଛି। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୧ ଟଙ୍କା ବଢା ଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲ ଲିଟର ପ୍ରତି ୭୩.୯୧ ଟଙ୍କା  ହୋଇଛି, ଯାହା ପୂର୍ବେ ୭୧.୯୧ ଟଙ୍କା ଥିଲା। ସେହି ପରି ଡିଜେଲ୍ ଲିଟର ପିଛା ୬୩.୮୬ ଟଙ୍କାକୁ ବୃଦ୍ଧି ଘଟିଛି, ଯାହୃା ପୂର୍ବେ ୬୨.୮୬ ଟଙ୍କା ରହିଥିଲା।

{"id":265616,"sizeSlug":"large"}

ଅନ୍ୟପଟେ ଦେଶୀ ମଦରେ ୫ ଟଙ୍କା, ଫରେନ ମଦରେ ୧୮୦ ଏମଏଲ ଉପରେ ୧୦ ଟଙ୍କା, ୧୮୦ ରୁ ୫୦୦ ଏମଏଲ ପର୍ଯ୍ୟନ୍ତ ୨୦ ଟଙ୍କା ଓ ୫୦୦ ଏମଏଲରୁ ଅଧିକ ଉପରେ ୩୦ ଟଙ୍କା ବୃଦ୍ଧି କରାଯାଇଛି। ସୋମବାରଠୁ ୟୁପିରେ ମଦ ଦୋକାନ ଖୋଲା ଯାଇଛି ଏବଂ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ମଦ ବିକ୍ରି ହୋଇଛି।

ଏକାକୀ ଲକ୍ଷ୍ନୌରେ ସୋମବାର ୬.୫ କୋଟି ଟଙ୍କା ମଦ ବିକ୍ରି ହୋଇଛି। କିନ୍ତୁ ମଙ୍ଗଳବାର ମଦ ଦୋକାନ ବାହାରେ କମ ଭିଡ ଦେଖିବାକୁ ମିଳିଛି। ଗାଜିଆବାଦରେ ମଦ ଦୋକାନ ମଙ୍ଗଳବାରଠୁ ଖୋଲା ହୋଇଛି। ମାତ୍ର ଆଜି ସକାଳେ ସମସ୍ତ ଦୋକାନରେ ମଦ ନଥିବାରୁ  ବନ୍ଦ ରହିଥିଲା।

ଏହା ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଟିକସ ବୃଦ୍ଧି କରିଥିଲେ। ପେଟ୍ରୋଲ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ଓ ଡିଜେଲ୍ ଉପରେ ୧୩ ଟଙ୍କା ବୃଦ୍ଧି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.