ସେନାକୁ ଅଫିସର ଦେବାରେ ଏଥର ମଧ୍ୟ ଉତ୍ତର ପ୍ରଦେଶ ଆଗରେ, ଜାଣନ୍ତୁ ଏହି ମାମଲାରେ ଓଡିଶା କେଉଁଠି ?

Published By : Prameya-News7 Bureau | June 12, 2020 IST

ନୂଆଦିଲ୍ଲୀ ୧୨।୦୬: ଡେରାଡୁନ ସ୍ଥିତ ଭାରତୀୟ ସୈନ୍ୟ ଏକାଡେମୀ(IMA)ରୁ ଉତ୍ତୀର୍ଣ୍ଣ ହୋଇ ଶନିବାର ୩୩୩ ଯୁବକ ଭାରତୀୟ ସ୍ଥଳ ସେନା ଅଫିସର ହୋଇଯିବେ। ସର୍ବାଧିକ କ୍ୟାଡେଟ୍ ଦେବାରେ ଗତ ବର୍ଷ ପରି ଏଥର ମଧ୍ୟ ଉତ୍ତର ପ୍ରଦେଶ ସବୁଠୁ ଆଗରେ ରହିଛି। ୟୁପିରୁ ସର୍ବାଧିକ ୬୬ କ୍ୟାଡେଟ୍‌ ଉତ୍ତୀର୍ଣ୍ଣ ହେବେ। ଛୋଟ ରାଜ୍ୟ ହେଲେ ମଧ୍ୟ ଉତ୍ତରାଖଣ୍ଡ ଶୀର୍ଷ ୩ରେ ରହିଛି। କିନ୍ତୁ ଏହି ମାମଲାରେ ଓଡିଶାର ସ୍ଥାନ ବହୁତ ତଳେ ରହିଛି।

ଉତ୍ତରାଖଣ୍ଡରୁ ଏଥର ୩୧ କ୍ୟାଡେଟ୍‌ ସେନାରେ ଅଫିସର  ହେବାକୁ ଯାଉଛନ୍ତି। ଉତ୍ତରାଖଣ୍ଡ ଓ ବିହାର ଉଭୟ ଯୁଗ୍ମ ଭାବେ ତୃତୀୟରେ ରହିଛନ୍ତି। ୩୯ କ୍ୟାଡେଟ୍‌ ସହିତ ହରିୟାଣା ଦ୍ଵିତୀୟରେ ରହିଛି। ଶନିବାର ସ୍ଥଳ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରଓ୍ଵାଣେଙ୍କ ଉପସ୍ଥିତିରେ ଚ୍ୟାଟହୁଡ ହଲ୍‌ର ଡ୍ରିଲ୍‌ ସ୍କ୍ଵାୟରରେ କଦମତାଲ ପରେ କ୍ୟାଡେଟ୍‌ଙ୍କୁ ଭାରତୀୟ ସେନାର ଶପଥ ପାଠ କରାଯିବ। ଏଥର କରୋନା ସଂକ୍ରମଣ କାରଣରୁ ପରେଡ୍‌ର ଭବ୍ୟତା କମ୍ ରହିବ। କ୍ୟାଡେଟ୍‌ଙ୍କ ପରିଜନ ପରେଡ୍‌ରେ ସାମିଲ ହୋଇ ପାରିବେ ନାହିଁ। ଅନ୍ୟପଟେ କ୍ୟାଡେଟ୍‌ ଏଥର ଛୁଟିରେ ନିଜ ଘରକୁ ଯିବା ପରିବର୍ତ୍ତେ ନିଜ ନିଜର କମାଣ୍ଡକୁ ରିପୋର୍ଟ କରିବେ।

{"id":285288,"sizeSlug":"large"}

ତିନି କ୍ୟାଡେଟ୍‌ ନେପାଳର

ଗୋଟିଏ ପଟେ ସଂପ୍ରତି ନେପାଳ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଅନ୍ୟପଟେ ଆଇଏମଏ ତିନି ନେପାଳୀ କ୍ୟାଡେଟ୍‌ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ସେନାରେ ଅଫିସର ହେବେ। ଉଲ୍ଲେଖନୀୟ ଭାରତୀୟ ସେନାରେ ନେପାଳ ନାଗରିକଙ୍କୁ ସୁଯୋଗ ଦିଆଯାଏ।

{"id":285289,"sizeSlug":"large"}

କେଉଁ ରାଜ୍ୟରୁ କେତେ କ୍ୟାଡେଟ୍‌

ଉତ୍ତର ପ୍ରଦେଶରୁ ୬୬, ହରିୟାଣାରୁ ୩୯, ଉତ୍ତରାଖଣ୍ଡ ୩୧, ବିହାରରୁ ୩୧, ପଞ୍ଜାବରୁ ୨୫, ମହାରାଷ୍ଟ୍ରରୁ ୧୮, ହିମାଚଳ ପ୍ରଦେଶରୁ ୧୪, ଜାମ୍ମୁ-କାଶ୍ମୀରରୁ ୧୪, ରାଜସ୍ଥାନରୁ ୧୩, ମଧ୍ୟ ପ୍ରଦେଶରୁ ୧୩, କେରଳରୁ ୮, ଗୁଜରାଟରୁ ୮, ଦିଲ୍ଲୀରୁ ୭, କର୍ଣ୍ଣାଟକରୁ ୭, ପଶ୍ଚିମବଙ୍ଗରୁ ୬, ଆନ୍ଧ୍ର ପ୍ରଦେଶରୁ ୪, ଛତିଶଗଡରୁ ୪, ଝାରଖଣ୍ଡରୁ ୪, ମଣିପୁରରୁ ୪, ଚଣ୍ଡିଗଡରୁ ୩, ନେପାଳରୁ ୩, ଆସାମରୁ ୨, ଓଡିଶାରୁ ୨, ତାମିଲନାଡୁରୁ ୨, ତେଲେଙ୍ଗାନାରୁ ୨, ମେଘାଳୟ ୧, ମିଜୋରାମରୁ ୧ ଓ ଲଦାଖରୁ ୧ କ୍ୟାଡେଟ୍  ସାମିଲ। ଏହା ସହିତ ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଗୋଆ, ନାଗାଲାଣ୍ଡ, ପଣ୍ଡିଚେରୀ, ସକ୍କିମ, ତ୍ରିପୁରାରୁ ମଧ୍ୟ କ୍ୟାଡେଟ୍ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.