ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ୟୁପି ହନୁମାନଗଞ୍ଜରେ ଅଭାବନୀୟ ଘଟଣା, ଦୁଇ ନାବାଳିକାଙ୍କୁ ଗ୍ୟାଙ୍ଗ ରେପ୍‌ , ୬ ଯୁବକ ଗିରଫ

13/03/2023 at 10:43 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରେ ଅମାନୁଷିକ କାଣ୍ଡ । ଦୁଇ ନାବାଳିକାଙ୍କୁ ଅପହରଣ କରି ୬ଜଣ ଯୁବକ ଗ୍ୟାଙ୍ଗ ରେପ୍ କରିଥିବା ଅଭିଯୋଗ ହୋଇଛି । ଖବର ସମ୍ନାକୁ ଆସିବା ପରେ ଏସପିଙ୍କ ନେତୃତ୍ବରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରି ରଖି ପଚରାଉଚରା କରୁଛି। ଏହା ସହିତ ଦୁଇ ନାବାଳିକାରୁ ଡାକ୍ତରୀମାଇନା ପାଇଁ ପଠାଇଛନ୍ତି ।

ସୂଚନା ଅନୁଯାୟୀ, ହନୁମାନଗଞ୍ଜ ଥାନା ସେନପୁର ଗାଁରେ ଏହି ଘଟଣା ସାମ୍ନାକୁ ଆସିଛି । ଗାଁରେ ସୋଭନ ସରକାର ମେଳା ୫ଦିନ ଧରି ଚାଲିଛି । ହନୁମାନଗଞ୍ଜର ଗୋଟିଏ ଗାଁରୁ ୭ଜଣ ନାବାଳିକା ମେଳା ଦେଖିବାକୁ ଯାଇଥିଲେ । ମେଳା ଦେଖୁଥିବା ସମୟରେ ୨ଜଣ ନାବାଳିକାଙ୍କୁ ୬ଜଣ ଯୁବକ ଉଠାଇ ନେଇଥିଲେ । ପରେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଅନ୍ୟ ୫ ନାବାଳିକାଙ୍କୁ ଯୁବକମାନେ ଅପହରଣ କରିବାକୁ ଚେଷ୍ଟା କରିଥିଲେ, ହେଲେ ଚିତ୍କାର କରିବାକୁ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିନେଇଥିଲେ ।

ଏସପିଙ୍କ ନେତୃତ୍ବରେ ହନୁମାନଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୬ଜଣ ଅଭିଯୁକ୍ତଙ୍କୁ ଗରିଫ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୀଡ଼ିତ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରୀମାଇନା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି ।

   Related Posts