ଦିଲ୍ଲୀ ଯିବାପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉଡ଼ାଣକୁ ମିଳିଲାନି ଅନୁମତି, ସଡକ ପଥରେ କାନପୁରରୁ ଗଲେ ଲକ୍ଷ୍ନୌ

Published By : Prameya-News7 Bureau | December 28, 2021 IST

ନୂଆଦିଲ୍ଲୀ ୨୮/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲାନି ବିମାନ ଉଡାଣ ପାଇଁ ଅନୁମତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦେଶ କିମ୍ବା ଦେଶ ବାହାରେ ଯେକୌଣସି ସ୍ଥାନକୁ ଯିବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିମାନ ଉଡାଣ ପାଇଁ କୌଣସି ପ୍ରତିବନ୍ଧକ ନଥାଏ । ଯେକୌଣସି ସ୍ଥାନକୁ ଯିବାକୁ ଚାହିଁଲେ ପ୍ରଧାନମନ୍ତ୍ରୀଙ୍କ ବାୟୁସେନା ବିମାନ ଯାଇପାରିବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜି ଦିଲ୍ଲୀ ଯିବାପାଇଁ ବାହାରିବା ବେଳେ ଖରାପ ପାଗ କାରଣରୁ ମୋଦିଙ୍କ ବାୟୁସେନା ବିମାନ ଉଡାଣ ପାଇଁ ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ଠାରୁ ଅନୁମତି ମିଳିନଥିଲା । ଯାହା ଫଳରେ କିଛି ସମୟ ଅପେକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।

ଖରାପ ପାଗ ଲାଗିରହିବାରୁ ଆଉ ଆକାଶ ମାର୍ଗରେ ଯିବା ସମ୍ଭବପର ହୋଇନଥିଲା । ଯାହାଫଳରେ ବାଧ୍ୟ ହୋଇ ସଡକ ପଥରେ ଯିବାକୁ ପଡିଥିଲା । ଦିଲ୍ଲୀ ଯିବାପାଇଁ କାନପୁରରୁ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ନୌ ସଡକ ପଥରେ ଯିବାକୁ ପଡିଥିଲା । ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି ମୋଦି । ଲକ୍ଷ୍ନୌରୁ ଚୌଧୁରି ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦି ସ୍ବତନ୍ତ୍ର ବିମାନଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ​‌ର କାନୁପରରେ ଏକ ରାଲିକୁ ଉଦବୋଧନ ଦେବାପାଇଁ ଆଜି କାନପୁର ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନେଇ କାନପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋରେ ଆସି କାନପୁରବାସୀଙ୍କ ପାଇଁ ମେଟ୍ରୋ ଷ୍ଟେସନ୍‌ ଉଦଘାଟନ କରିଥିଲେ । ଏହା ସହ ମୋଦି ଆଇଆଇଟିର ଦିକ୍ଷାନ୍ତ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଡିଗ୍ରୀ ଓ ମେଡାଲ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହିତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.