oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଉତ୍ତରପ୍ରଦେଶରେ ଏପଲ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଘଟଣା : ଅଧରାତିରେ ବିବେକ ତିଓ୍ବାରୀ ମହିଳା ସହକର୍ମୀଙ୍କ ସହ କଣ କରୁଥିଲେ ? ପୋଲିସ ଉଠାଇଛି ପ୍ରଶ୍ନ

30/09/2018 at 11:29 AM

ଲକ୍ଷ୍ନୌ ୩୦|୯: ଉତ୍ତରପ୍ରଦେଶରେ ଏପଲ କମ୍ପାନୀ ମ୍ୟାନେଜରଙ୍କୁ ବିନା କାରଣରେ ପୋଲିସ ଗୁଳିମାରି ହତ୍ୟା କରିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାରଲୋକେ । ଏଥିସହ ତଦନ୍ତ ୧କୋଟି ଟଙ୍କାର କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଦାବି କରିଛନ୍ତି ମୃତ ବିବେକ ତିଓ୍ବାରୀଙ୍କ ବିଧବା ପତ୍ନୀ କଳ୍ପନା ତିଓ୍ବାରୀ ।
ସୂଚନା ଯୋଗ୍ୟ ଯେ, ଏପଲ କମ୍ପାନୀର ସେଲ୍ସ ମ୍ୟାନେଜର ଶୁକ୍ରବାର ବିଳମ୍ବିତ ରାତିରେ ନିଜର ଜଣେ ମହିଳା ସହକର୍ମୀଙ୍କ ସହ ଫେରୁଥିବାବେଳେ ମୁଜାଫରପୁର ଗୋମତିନଗର ଅଞ୍ଚଳରେ ଯାଞ୍ଚ ପାଇଁ ପୋଲିସ ତାଙ୍କ ଗାଡିକୁ ଅଟକାଇଥିଲା । କିନ୍ତୁ ବିବେକ ଗାଡି ନଅଟକାଇବାରୁ ଦୁଇଜଣ ପୋଲିସ କନେଷ୍ଟବଳ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ପୋଲିସ ଗୁଳି ସିଧାସଳଖ ବିବେକଙ୍କ ମୁଣ୍ଡରେ ବାଜି ସେ ପ୍ରାଣ ହରାଇଥିଲେ ।
ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ କାର୍ଯ୍ୟକଳାପ, ରାଜ୍ୟର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠିଛି । ବିରୋଧୀ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଗାଡି ନଅଟକାଇଥିବାରୁ ଜଣେ ସାଧାରଣ ଲୋକ ଉପରକୁ ଗୁଳି ଚଳାଇବାର ଅଧିକାର ପୋଲିସକୁ କିଏ ଦେଲା ବୋଲି ପ୍ରଶ୍ନ ଉଠିଛି ।
ଅନ୍ୟ ପକ୍ଷରେ ଏତେ ରାତିରେ ଜଣେ ମହିଳା ସହକର୍ମୀଙ୍କ ସହ ବିବେକ କଣ କରୁଥିଲେ ବୋଲି ପ୍ରଶ୍ନ ଉଠାଇବାକୁ ପୋଲିସ ଉଦ୍ୟମ କରୁଛି । ମୃତ ବିବେକଙ୍କ ପତ୍ନୀ ପୋଲିସର ଏଭଳି ପ୍ରଶ୍ନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜ ଭୁଲକୁ ଲୁଚାଇବାକୁ ଯାଇ ପୋଲିସ ତାଙ୍କ ସ୍ବାମୀଙ୍କୁ ଚରିତ୍ରହୀନ ବୋଲି ସାବ୍ୟସ୍ତ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଏପଲ କମ୍ପାନୀ ସେଲ୍ସ ମ୍ୟାନେଜର ବିବେକ ତିଓ୍ବାରୀଙ୍କୁ ବିନାକାରଣରେ ପୋଲିସ ଗୁଳିମାରି ହତ୍ୟା କରିବା ଘଟଣା ନେଇ ଜାତୀୟସ୍ତରରେ ମଧ୍ୟ କାଦୁଅଫିଙ୍ଗା ଆରମ୍ଭ ହୋଇଛି । ବିଭିନ୍ନ ବିରୋଧୀଦଳ ପକ୍ଷରୁ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସମାଲୋଚନା କରାଯାଇଛି । ଏପରିକି ଗତକାଲି ରାତିରେ ଦିଲ୍ଲୀଠାରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ବୈଠକରେ ଏ ପ୍ରସଙ୍ଗ ନେଇ ଦୀର୍ଘ ଆଲୋଚନା ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ସମଗ୍ର ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି ।

   Related Posts