vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ମନୋହର ପାରିକରଙ୍କ ପୁଅ ଉତ୍ପଳ କରୋନା ପଜିଟିଭ ଚିହ୍ନଟ, ହସ୍ପିଟାଲରେ ଭର୍ତ୍ତି

16/08/2020 at 5:12 PM

ପଣଜୀ ୧୬।୮: ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଦିବଙ୍ଗତ ବିଜେପି ନେତା ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।   କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଉତ୍ପଳ ତାଙ୍କର ପରୀକ୍ଷଣ କରାଇଥିବା ବେଳେ ତାହା ପଜିଟିଭ ଆସିଛି। ଏଣୁ ଉତ୍ପଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ପଜିଟିଭ ଚିହ୍ନଟ ହୋଇଥିବା ଏକ ଟ୍ୱିଟ୍‌ ବାର୍ତାରେ ସୂଚିତ କରିଥିଲେ ଓ ହୋମ ଆଇସୋଲେସନରେ ରହିବେ ବୋଲି ଜଣାଇଥିଲେ। ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କେନ୍ଦ୍ର ରକ୍ଷା ରାଜ୍ୟମନ୍ତ୍ରୀ ତଥା ଆୟୁଷମନ୍ତ୍ରୀ ଶ୍ରୀପାଦ ନାଇକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିଲାଗି ସେମାନେ ଉତ୍ତର ଗୋଆର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ପୂର୍ବରୁ ଶ୍ରୀପାଦ ନାଇକ ମଧ୍ୟ ହୋମ ଆଇସୋଲେସନରେ ରହିବେ ବୋଲି ସୂଚିତ କରିଥିଲେ। ହେଲେ ଗୋଆରେ କରୋନା ଯୋଗୁ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୮କୁ ପହଞ୍ଚିଛି। ଏଣୁ ସେମାନେ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି।

ଗୋଆ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ବେଳେ ରାଜ୍ୟ ସରକାର ଅନଲକ୍‌ରେ ଗୋଆକୁ ପର୍ଯ୍ୟଟନ ନିମନ୍ତେ ଉନ୍ମୁକ୍ତ କରିଦେଇଛନ୍ତି। ଯାହା ଏବେ ପ୍ରଶାସନ ଲାଗି ନୂଆ ଚିନ୍ତାର କାରଣ ପାଲଟିଛି। ଗୋଆକୁ ପର୍ଯ୍ୟଟକ ପହଞ୍ଚୁଥିବା ବେଳେ ରେଭ ପାର୍ଟି ମଧ୍ୟ କରୁଥିବାର ଜଣାପଡିଛି। ଉତ୍ତର ଗୋଆ ଅପରାଧ ଶାଖା ଏକ ଭିଲ୍ଲାରେ ରେଭ ପାର୍ଟି ଚାଲୁଥିବାର ସୂଚନା ପାଇ ଚଢଉ କରିବା ବେଳେ ସେଠାରେ ବିପୁଳ ପରିମାଣରେ ମାଦକ ଦ୍ରବ୍ୟ ଜବତ କରିବା ସହ ଏଭଳି ପାର୍ଟି ଆୟୋଜନ କରିଥିବା ୨୩ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ ୩ ଜଣ ବିଦେଶୀନୀ ଥିବା ସୂଚନା ମିଳିଛି।

   Related Posts