ବିଭିନ୍ନ ଦାବି ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | September 23, 2021 IST

ଚଣ୍ଡିଖୋଲ, ୨୩/୦୯: ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର କ୍ୟାମ୍ପସ-୨ (ଗ୍ରାମୀଣ) ଚଣ୍ଡିଖୋଲ ଠାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାକୁ ନେଇ ବିକ୍ଷୋଭ କରିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କ ବିରୋଧରେ ଦାବି ନେଇ କଲେଜ ସାମ୍ନାରେ ଉଭୟ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିବା ଜଣାପଡ଼ିଛି । କଲେଜରେ ଲାଇବ୍ରେରୀ, ପାଠପଢ଼ା ଓ ଅନୁସଙ୍ଗିକ ସୁବିଧା ଏବଂ ବର୍ଦ୍ଧିତ ଫି ରସିଦ ନଦେଇ ୮ ହଜାର ଟଙ୍କା ଆଦାୟ ଇତ୍ୟାଦି ପାଇଁ ବିକ୍ଷୋଭ  କରି ସୋମାନେ କଲେଜ ସମ୍ନାରେ ଧାରଣାରେ ବସିଥିଲେ । ତୁରନ୍ତ ଏହାର ସମାଧାନ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.