'ଯେଉଁ ପୁଅକୁ ଭଲପାଉଥିଲି ତା ସହ ପଳାଇ ଆସିଛି' - ଭିଡିଓ ଜାରି କରି ଏମିତି କହିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନିଖୋଜ ଛାତ୍ରୀ

Published By : Prameya-News7 Bureau | July 07, 2022 IST

ଭୁବନେଶ୍ବର ୭।୭: ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିଖୋଜ ମାମଲାରେ ଟ୍ବିଷ୍ଟ୍ । ସାମ୍ନାକୁ ଆସିଲା ଛାତ୍ରୀଙ୍କର ଏକ ଭିଡିଓ । ଛାତ୍ରୀଙ୍କ ଦ୍ବାରା କଲେଜକୁ ଏକ ଭିଡିଓ ପଠାଯାଇଛି । ଯେଉଁ ଭିଡିଓରେ ଛାତ୍ରୀ ଜଣଙ୍କ ନିଜ ଇଚ୍ଛାରେ ଯାଇଥିବା କହିଛନ୍ତି । ସେ ଜଣେ ପୁଅକୁ ଭଲ ପାଉଥିଲେ । ତାଙ୍କ ଘରେ ମଧ୍ୟ ଏକଥା ଜାଣିଥିଲେ । ପୁଅର ଅନ୍ୟତ୍ର ବିବାହ ଠିକ୍ ହୋଇଯାଇଥିବାରୁ ସେମାନେ ଏଭଳି ପଦକ୍ଷେପ ନେଇଥିବା ଛାତ୍ରୀ ଭିଡିଓରେ କହିଛନ୍ତି ।

ଛାତ୍ରୀ ଜଣଙ୍କ ଭିଡିଓ କହିଛନ୍ତି ଯେ, ମୁଁ ସୁଭାସିନୀ ମଲ୍ଲିକ କହୁଛି । ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିଲି । ଜୁଲାଇ ୨ ତାରିଖରେ ମୁଁ ହଷ୍ଟେଲରୁ ନିଜ ଇଚ୍ଛାରେ ପଳାଇ ଆସିଥିଲି । ମୋ ଅପହରଣକୁ ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି । ସୋସିଆଲ ମିଡିଆରେ ଅନେକ ଗୁଜବ ମଧ୍ୟ ଖେଳିଯାଇଛି। ସମସ୍ତଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ଏହି ଭିଡିଓଟି କରୁଛି । ମୋ ପାଇଁ ସମସ୍ତେ ବହୁତ କଷ୍ଟ ପାଇଲେଣି । ମୁଁ ଚାହୁଁନି ସମସ୍ତେ ଏତେ କଷ୍ଟ ପାଆନ୍ତୁ । ସେଥିପାଇଁ ବାଧ୍ୟ ହୋଇ ଭିଡିଓଟି କରୁଛି ।

ମୁଁ ଜଣେ  ପୁଅକୁ ଭଲ ପାଉଥିଲେ । ମୁଁ ତାଙ୍କ ସହ ହିଁ ଆସିଛି । ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲୁ । ଆମ ଘରେ ମଧ୍ୟ ମଧ୍ୟ ସମସ୍ତେ ଏ ବିଷୟରେ ଜାଣିଥିଲେ । କିନ୍ତୁ କେହି ରାଜି ନଥିଲେ । ତାଙ୍କ ବିବାହ ୭ତାରିଖରେ ଧାର୍ଯ୍ୟ ହୋଇଥିଲା । ତେଣୁ ମୁଁ ଅଧର୍ଯ୍ୟ ହୋଇଯାଇଥିଲି । ତାଙ୍କୁ ଫୋର୍ସ କରିଥିଲି ମୋତେ ଆସି ନେଇଯିବା ପାଇଁ । ଏଥିରେ କାହାର ବି କିଛି ଭୁଲ୍ ନାହିଁ । ମୁଁ ମୋ ସ୍ବଇଚ୍ଛାରେ ଅଛି । ମୁଁ ଏଠି ବହୁ ଖୁସିରେ ଅଛି । ଦୟାକରି ମୋତେ ନେଇ ଯେଉଁ ଦ୍ବନ୍ଦ୍ବ ଅଛି ସେ ବିଷୟରେ ଏବେ କିଛି ଆଲୋଚନା କରନାହିଁ । ମୁଁ କ୍ଷମା ମାଗିବାକୁ ଚାହୁଁଛି । ବାପା ପ୍ଲିଜ୍ ଏମିତି ଆଉ କିଛି ବି କରନାହିଁ । ମୁଁ ମୋ ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହୋଇ ରହିବାକୁ ଚାହୁଁଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.