ଆଖଣ୍ଡଳମଣୀ ପୀଠରେ ଉଠିଲା ଲଗ୍ନଚିଟାଉ ଥାଳ, ଆସନ୍ତା ୨୪ରେ ଦେବଦମ୍ପତ୍ତିଙ୍କ ବିବାହ

Published By : Prameya-News7 Bureau | May 06, 2023 IST

ଚାନ୍ଦବାଲି ୬।୫: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ  ଉଠିଲା ଲଗ୍ନ ଚିଟାଉ ଥାଳ । ଏହି ଲଗ୍ନ କାର୍ଯ୍ୟ ବୈଦିକ ରୀତିନୀତି ଓ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା ସମସ୍ତ ନୀତିକାନ୍ତି ।

{"id":782458,"sizeSlug":"full","linkDestination":"none"}

ଏହି ଅବସରରେ ଚଳିତବର୍ଷ ବରପିତା ରୂପେ ସୌଭାଗ୍ୟ ପ୍ରାପ୍ତ ହୋଇଥିବା ସେବାୟତ ପ୍ରମୋଦ ପାଢୀଙ୍କ ଯଜମାନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ରଞ୍ଜନ ବେହେରା ବରପିତାଙ୍କ ଘରୁ ଏକ ଶୋଭାଯାତ୍ରା ବାହାରି କନ୍ୟାପିତାଙ୍କ ବାସଗୃହ ଅଭିମୁଖେ ବାହାରିଥିଲା । ଏହି ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଆରଡି ପୀଠ ।

{"id":782461,"sizeSlug":"full","linkDestination":"none"}

କନ୍ୟାପିତା ଭାବେ ସୌଭାଗ୍ୟ ପ୍ରାପ୍ତି ହୋଇଥିବା ସେବାୟତ ଗଦାଧର ପାଢୀଙ୍କ ଯଜମାନ ଭୁବନେଶ୍ବର ନିବାସୀ ଚିତ୍ତରଞ୍ଜନ ମିଶ୍ର ଲଗ୍ନଚିଟାଉ ଥାଳ ଉଠାଇଥିଲେ । ପରେ ଏହି ଲଗ୍ନଥାଳ ବରପିତାଙ୍କୁ ସମର୍ପଣ କରିଥିଲେ । ଶିବବିବାହ ପାଇଁ ରୀତିନୀତି ଅନୁଯାୟୀ ଲଗ୍ନଥାଳ ଉଠା ନୀତି ଅନୁଷ୍ଠିତ ହେଲା ।

{"id":782462,"sizeSlug":"full","linkDestination":"none"}

ଶିବବିବାହ (ଦେବଦମ୍ପତ୍ତିଙ୍କ ବିବାହ) ଉତ୍ସବ ଆସନ୍ତା ୨୪ରେ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବୋଲି ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ବାରା ତାଳପତ୍ର ଲିଖନୀ ଦ୍ବାରା ଦିନ ଧ୍ୟାର୍ଯ୍ୟ କରାଗଲା ।  ବୈଦିକ ରୀତିନୀତି ଓ ଲୋକାଚାରରେ ଲଗ୍ନ ଚିଟାଉ ବ୍ରାହ୍ଣଣ ଓ ଜ୍ୟୋତିଷଙ୍କ ଦ୍ବାରା ତାଳପତ୍ରରେ ଲେଖନୀ ହେବା ପରେ ସର୍ବସମ୍ମତି କ୍ରମେ ଦିନ ଧାର୍ଯ୍ୟ କରାଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.