କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କଲେ ଉଥପ୍ପା, ଟି-୨୦ ୱାର୍ଲଡ କପ ବିଜୟୀ ଟିମର ଥିଲେ ସଦସ୍ୟ
14/09/2022 at 8:06 PM

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟର ରବିନ ଉଥପ୍ପା କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷା କରିଛନ୍ତି। ଟ୍ୱିଟ ଜରିଆରେ ସେ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ଉଥପ୍ପା ହ୍ୱାଇଟ୍ ବଲ କ୍ରିକେଟର ସବୁ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।
ଟ୍ୱିଟ୍ କରି ଉଥପ୍ପା ଲେଖିଛନ୍ତି, ‘ନିଜ ଦେଶ ଏବଂ ନିଜ ରାଜ୍ୟ କର୍ଣ୍ଣାଟକ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ବଡ଼ ସମ୍ମାନ। ତେବେ, ସବୁ ଭଲ ମଧ୍ୟ ଅନ୍ତ ହେବା ଦରକାର ଏବଂ କୃତଜ୍ଞ ହୃଦୟ ସହ ମୁଁ ଭାରତୀୟ ଟିମର ସବୁ ଫର୍ମାଟରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି। ଆପଣଙ୍କ ସମସ୍ତଙ୍କୁ ଧନ୍ୟବାଦ’।
It has been my greatest honour to represent my country and my state, Karnataka. However, all good things must come to an end, and with a grateful heart, I have decided to retire from all forms of Indian cricket.
— Robin Aiyuda Uthappa (@robbieuthappa) September 14, 2022
Thank you all ❤️ pic.twitter.com/GvWrIx2NRs
୨୦୦୬ ମସିହାରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷ ଦିନିକିଆରୁ ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୬ଟି ଦିନିକିଆରେ ମୋଟ ୯୩୪ ରନ କରିଛନ୍ତି । ଏଥିରେ ୮୬ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର । ଉଥପ୍ପାଙ୍କ ଆଟାକିଂ ଶୈଳୀ ତାଙ୍କୁ ଟି-୨୦ ବିଶ୍ୱ କପର ଉଦଘାଟନୀ ସଂସ୍କରଣରେ ଭାରତୀୟ ଟିମର ସଦସ୍ୟ କରାଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସ୍ମରଣୀୟ ବଲ ଆଉଟ ସମୟରେ ଷ୍ଟମ୍ପକୁ ହିଟ୍ କରିଥିବା ଭାରତୀୟ ବୋଲରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରବିନ ଉଥପ୍ପା । ଟି-୨୦ରେ ୧୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୪.୯୦ ହାରରେ ୨୪୯ ରନ କରିଛନ୍ତି।