ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏମିତି କହିଲା କୁନିଝଅ, ହୃଦୟକୁ ଛୁଇଁଯିବା ଭଳି ବାର୍ତ୍ତା: ଭାଇରାଲ ହେଉଛି ଭିଡିଓ....

Published By : Prameya-News7 Bureau | February 28, 2022 IST

ନୂଆଦିଲ୍ଲୀ ୨୮/୦୨: ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟରେ, ୟୁକ୍ରେନର ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଯୁଦ୍ଧରେ ଅନେକ ଲୋକଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଲୋକମାନେ ସୋସିଆଲ ମିଡିଆରେ ନିଜର ସମସ୍ୟା ବାଣ୍ଟୁଛନ୍ତି । ଭିଡିଓଗୁଡିକ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହେବା ପ୍ରତିକ୍ରିୟା ସବୁ ସାମ୍ନାକୁ ଆସୁଛି ।

ବିଶ୍ୱର ସମସ୍ତ ଦେଶ ଶାନ୍ତି ସହ ସମାଧାନ ପାଇଁ ନିବେଦନ କରୁଛନ୍ତି । ଏହାରି ଭିତରେ ଏକ ଛୋଟିଆ ଝିଅର ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ ଛୋଟ ଝିଅ ଶାନ୍ତି ପାଇଁ ନିବେଦନ କରୁଛି । ସେ କୌଣସି ପରିସ୍ଥିତିରେ ଯୁଦ୍ଧ କରିବାକୁ ଚାହୁଁ ନାହିଁ । ଏହି ଛୋଟ ଝିଅଟିର ନାନ ଲିଲି । ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଏହି ଭିଡିଓ ।

wp:html
/wp:html

ଭିଡିଓଟିରେ ଦେଖିବାକୁ ମିଳୁଛି ପିଲାଟୁ ବହୁତ ସୁନ୍ଦର ଭାବେ ଯୁଦ୍ଧ ନୁହେଁ ଶାନ୍ତି ଚାହଁଛି ବୋଲି କହୁଛି । ପୃଥିବୀ ଭାଗ ଭାଗ ହେଉ ବୋଲି ଆମେ ଚାହୁଁନି । ଆମେ ପରସ୍ପର ଭାଇ ଓ ଭଉଣୀ ଅଟୁ । ସମସ୍ତେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ଅନେକ ମନ୍ତବ୍ୟ ଆସିଛି । ଏହି ଭିଡିଓକୁ ତାଙ୍କ ଆକାଉଣ୍ଟରେ ବ୍ରିଟିକିଟି ନାମକ ଏକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଝିଅର ଶୈଳୀ ସମସ୍ତଙ୍କ ହୃଦୟ ଜିତୁଥିବା ପରି ମନେ ହେଉଛି । ଏହି ଭିଡିଓ ପାଖାପାଖି ୨ମିଲିୟନ୍ ଭ୍ୟୁ ପାଇଛି । ଏଥି ସହିତ, ଲକ୍ଷ ଲକ୍ଷ ଉପଭୋକ୍ତା ଏହାକୁ ପସନ୍ଦ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.