LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅସୁରକ୍ଷିତ କଳାକାର

23/04/2018 at 12:31 PM

ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ ଅସଦାଚରଣ ଏବଂ ଆକ୍ରମଣ । ଅନୁଗୁଳ କଣିହାଁ ଡେରଙ୍ଗ ଗାଁରେ ଯାତ୍ରା ପରିବେଷଣ କରିବାକୁ ଯାଇଥିବା ବେଳେ ଭିଡ ଭିତରେ ଫଶି ଯାଇଥିବା ଉଷଶୀ । ଆଉ ଏପଟେ କିଛି ଅସାମାଜିର ବ୍ୟକ୍ତି ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । କେବଳ ସେତିକି ନୁହେଁ ତାଙ୍କ ଚୁଟି ଝିଙ୍କି, ମାଡ ମାରି ପୋଷାକପତ୍ର ମଧ୍ୟ ଟଣା ଓଟରା କରିଥିଲେ । ଏନେଇ ଥାନାରେ ମାମଲା ହେବା ପରେ ଅଭିଯୁକ୍ତକୁ ଖୋଜୁିଛି ପୋଲିସ । ଏପଟେ ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି ।

କଣିହା ଡେରାଙ୍ଗ ଗାଁକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିଲେ ଉଷଶୀ । ହେଲେ ଲୋକ ଏବଂ ବାଇକ୍ ଭିଡ ଭିତରେ ତାଙ୍କ କାର ଫଶି ଯାଇଥିଲା । ଯାତ୍ରା କମିଟି ସଦସ୍ୟ, ଲୋକଙ୍କ ଭିଡ ହଟାଇବାକୁ ଚେଷ୍ଟା କରିଥିଲେ । ହେଲେ ଏଭିତରେ ଉଷଶୀଙ୍କୁ ଅଶାଳୀନ ଭାଷାରେ କିଛି ଲୋକ ଗାଳି ଗୁଲଜ ଆରମ୍ଭ କରିଥିଲେ । ପୋଷାକ ଟାଣିବା ସହ ଚୁଟି ଝିଙ୍କି ପକାଇଥିଲେ । ତାଙ୍କୁ ଆଘାତ ପହଞ୍ଚାଇଥିଲେ । ଉଷଶୀଙ୍କ ଅଭିଯୋଗ ଅନୁଯାୟୀ ଏସବୁର ମୁଖ୍ୟ କାର୍ପଟଦାର ଥିଲା ଇନ୍ଦ୍ରମଣି ସାହୁ ଏବଂ ତାଙ୍କ ଦୁଇ ପୁଅ । ଉଷଣୀ କଣିହାଁ ଥାନାରେ ଏତଲା ଦେଇଛନ୍ତି । ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ଅନୁଗୁଳ ଏସ୍ପି ପାଲଲହଡା ଏସ୍ଡିପିଓଙ୍କୁ ତଦନ୍ତ ଭାର ଦେଇଛନ୍ତି । ଏସ୍ଡିପିଓ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ସେପଟେ ଅଭିଯୁକ୍ତଙ୍କ ଘରେ ପୋଲିସ ରେଡ୍ କରିଛି ।

କେବଳ ଉଷଣୀ ନୁହନ୍ତି, ଅନ୍ୟ ଯାତ୍ରା କଳାକାର ଲରେନସ୍ ମଧ୍ୟ ଆହତ ହୋଇଛି । ଏପରି ଏକ ଅଭାବନୀୟ ଘଟଣାକୁ କଳାକାର ମହଲରେ ନିନ୍ଦା କରାଯାଇଛି ।ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯାତ୍ରା କମିଟି ଅଭିନେତ୍ରୀଙ୍କୁ ସୁରକ୍ଷା ଦେବା ଉଚିତ ନଥିଲା କି । ଘଟଣା ପାଇଁ କିଏ ଦାୟୀ । ବିଳମ୍ବିତ ରାତିରେ ଜଣେ ମହିଳା କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply

   Related Posts